ଚଳିତ ବର୍ଷ ରାଜ୍ୟରେ ହେବନି ଦ୍ୱିତୀୟ ଓଜେଇଇ । ପ୍ରଥମ ଓଜେଇଇରେ ଅନ୍ୟ ସବୁ ପ୍ରବେଶିକା ସହ ହେବ ବି-ଟେକ୍ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରବେଶିକା ପରୀକ୍ଷା, ଆଜିଠୁ ଆବେଦନ ଆରମ୍ଭ, ମେ ୩୧ରେ ଶେଷ ।

371

କନକ ବ୍ୟୁରୋ: ଚଳିତ ବର୍ଷ ରାଜ୍ୟରେ ହେବନି ଦ୍ୱିତୀୟ ଓଜେଇଇ । ପ୍ରଥମ ଓଜେଇଇ ପରୀକ୍ଷାରେ ହିଁ ସବୁ ପ୍ରକାର ପ୍ରବେଶିକା ପରୀକ୍ଷା କରାଯିବ । ପୂର୍ବରୁ ପ୍ରଥମ ଓଜେଇଇରେ ବି-ଫାର୍ମା, ଏମ୍-ଫାର୍ମା, ଏମବିଏ, ଏମସିଏ ଭଳି ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା କରାଯାଉଥିଲା । ବି-ଟେକ୍ ପାଇଁ ଅଲଗା ପ୍ରବେଶିକା ପରୀକ୍ଷା କରାଯାଉଥିଲା । ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଗୋଟିଏ ଓଜେଇଇ ପରୀକ୍ଷା କରାଯିବ ।

ସେପଟେ ପ୍ରଥମ ପ୍ରବେଶିକା ପରୀକ୍ଷାରେ ହିଁ ବି-ଟେକ୍ ପ୍ରବେଶିକା ପରୀକ୍ଷା କରାଯିବ । ବିଟେକ୍ ଆଡମିଶନ ପାଇଁ ସ୍ୱତନ୍ତ୍ର ଓଜେଇଇ (ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା ପାଇଁ ଆଜିଠାରୁ ଅନ୍‌ଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି । ମେ’ ୩୧ ଯାଏଁ ଆବେଦନ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି । ଏଥିପାଇଁ ଜୁନ୍ ୫ ଯାଏଁ ଫି’ ଦାଖଲ କରବାକୁ ପଡ଼ିବ । ଜୁନ୍ ୧୭ ପରେ ସ୍ଥିତି ଦେଖି ଆଡମିଟ୍ କାର୍ଟ ଓ ପରୀକ୍ଷା ଦିନ ଧାର୍ଯ୍ୟ ହେବ । ସୂଚନାଯୋଗ୍ୟ, ଚଳିତ ବର୍ଷ ରାଜ୍ୟରେ ଦ୍ୱିତୀୟ ଓଜେଇଇ ହେବ ନାହିଁ । ଓଜେଇଇରେ ହିଁ ସବୁ ପ୍ରକାର ପ୍ରବେଶିକା ପରୀକ୍ଷା କରାଯିବ ।