କନକ ବ୍ୟୁରୋ : ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଶୁଭମାନ ଗିଲଙ୍କ ଧୂଆଁଧାର ଶତକ । ଆଉ ଏହି ଶତକ ସହ ନିଜ ଫର୍ମ ବଜାୟ ରଖିଛନ୍ତି ଗିଲ୍ । ଦିନିକିଆରେ ଲଗାତାର ୨ଟି ଶତକ ହାସଲ ସହ ୧୯ଟି ଇନିଂସରୁ ୧୦୦୦ ରନ ପୂରା କରିଛନ୍ତି ଶୁଭମାନ ।
Live - https://t.co/DXx5mqRguU#INDvNZ@mastercardindiapic.twitter.com/rEmRg6BzJa
— BCCI (@BCCI) January 18, 2023
ନ୍ୟୁଜିଲାଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ପ୍ରଥମରୁ ବେଶ ସର୍ତକତାର ସହ ବ୍ୟାଟିଂ କରିଥିଲେ ଦୁଇ ଓପନର ଶୁଭମାନ ଗିଲ ଓ ରୋହିତ ଶର୍ମା । ଦଳୀୟ ସ୍କୋର ୬୦ ହୋଇଥିବା ବେଳେ ରୋହିତ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ । ଏହାପରେ ବିରାଟ ଓ କିଷାନଙ୍କ ସହଳ ୱିକେଟ ହରାଇଥିଲା ଟିମ୍ ଇଣ୍ଡିଆ । ତେବେ ସୂର୍ଯ୍ୟକୁମାର ଯାଦବ ଦ୍ରୁତ ରନ୍ ସ୍କୋର ଲକ୍ଷ୍ୟରେ ମାତ୍ର ୩୧ ରନରେ ନିଜର ୱିକେଟ ହରାଇଥିଲେ । ଏହାସତ୍ତେ୍ୱ ମଧ୍ୟ ଧୈର୍ଯ୍ୟର ସହ ବ୍ୟାଟିଂ କରି ଶତକ ହାସଲ କରିଥିଲେ ଶୁଭମାନ୍ ଗିଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/Fmv1AJ8aUAE6vo4.jpg)