କନକ ବ୍ୟୁରୋ : ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର । ବିଭିନ୍ନ ଶୈବପୀଠରେ ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼ । ବାବା ଧବଳେଶ୍ୱରଙ୍କ ପୀଠରେ ଜଳଲାଗି ପାଇଁ କାଉଡିଆଙ୍କ ଲମ୍ବା ଲାଇନ୍ । ସେପଟେ ଆରଡ଼ି ଆଖଣ୍ଡଳମଣିଙ୍କ ପୀଠରେ ଜଳ ଲାଗି କଲେ ହଜାର ହଜାର ଶ୍ରଦ୍ଧାଳୁ । ଗୋଟିଏ ଦିନରେ ସଂକ୍ରାନ୍ତି, ସୋମବାର ଓ ଚିତାଲାଗି ଅମାବାସ୍ୟ ପଡ଼ୁଥିବାରୁ ବାବାଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିପରି ଲିଙ୍ଗରାଜଙ୍କ ପୀଠରେ ମଧ୍ୟ କାଉଡ଼ିଆଙ୍କ ଗହଳି ଲାଗି ରହିଛି ।