ମହାକାର୍ତ୍ତିକ ମାସରେ ଆଜି ଦ୍ୱିତୀୟ ସୋମବାର : ସୁବାସିତ ୧୦୮ ଜଳରେ ବାବାଙ୍କ ସ୍ନାନ ପରେ ନୀତିକାନ୍ତି ସମ୍ପନ୍ନ

83

କନକ ବ୍ୟୁରୋ : ମହାକାର୍ତ୍ତିକ ମାସରେ ଆଜି ହେଉଛି ଦ୍ୱିତୀୟ ସୋମବାର । ଚଳିତ ବର୍ଷ କାର୍ତ୍ତିକ ମାସର ପ୍ରଥମ ସୋମବାର ପରି ଦ୍ୱିତୀୟ ସୋମବାର ମଧ୍ୟ ଧବଳେଶ୍ୱରଙ୍କୁ ଦର୍ଶନ କରିପାରୁନାହାନ୍ତି ଭକ୍ତ । କଟକ ଜିଲ୍ଲାର ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କ ପୀଠରେ କାର୍ତ୍ତିକ ମାସର ଦ୍ୱତୀୟ ସୋମବାରକୁ ୧୪୪ ଧାରା ଜାରି କରିଛି ଆଠଗଡ ପ୍ରଶାସନ । ଭୋର ୪ଟାରୁ ରାତ୍ର ୧୦ ଘଟିିକା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ।

ଏହି ସମୟରେ ପୂର୍ବ ନିର୍ଦ୍ଧାରିତ ରୀତିନୀତି ଲାଗୁ ରହିବ ବୋଲି ପୂଜକ ସମିତି ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ଆଖି ଆଗରେ ରଖି ସମସ୍ତ କାର୍ତ୍ତିକ ବ୍ରତଧାରୀ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପୀଠକୁ ନଆସିବାକୁ ବାରଣ କରାଯାଇଛି । ଅନ୍ୟପଟେ ପୂଜକ ସମିତି ପକ୍ଷରୁ ଭୋର ୪ଟାରୁ ପହଡ ଖୋଲାଯିବା ପରେ ସୁବାସିତ ୧୦୮ ଜଳରେ ବାବାଙ୍କ ସ୍ନାନ ପରେ ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଛି ।

ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ଆଖି ଆଗରେ ରଖି ସମସ୍ତ କାର୍ତ୍ତିକ ବ୍ରତଧାରୀ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପୀଠକୁ ନଆସିବାକୁ ବାରଣ କରାଯାଇଛି । ଅନ୍ୟପଟେ ପୂଜକ ସମିତି ପକ୍ଷରୁ ଭୋର ୪ଟାରୁ ପହଡ ଖୋଲାଯିବା ପରେ ସୁବାସିତ ୧୦୮ ଜଳରେ ବାବାଙ୍କ ସ୍ନାନ ପରେ ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଛି ।