କନକ ବ୍ୟୁରୋ: ଜେଲରେ ଗ୍ୟାଙ୍ଗଷ୍ଟର, ଜେଲ ବାହାରେ ଗର୍ଲଫ୍ରେଣ୍ଡ । ଜେଲ ଭିତରେ ହେଉଛି ଅପରାଧର ଥିଓରୀ, ଜେଲ ବାହାରେ ହେଉଛି ପ୍ରାକ୍ଟିକାଲ । ଗ୍ୟାଙ୍ଗଷ୍ଟର ସକିଲର ପ୍ରଥମ ଗର୍ଲଫ୍ରେଣ୍ଡ ଧରାପଡିବା ପରେ ଏଭଳି ଗୁମର ଫିଟିଥିବା ବେଳେ ଆଜି ଆଉ ଜଣେ ଗର୍ଲଫ୍ରେଣ୍ଡକୁ ଗିରଫ କରିଛି ପୋଲିସ । ଗ୍ୟାଙ୍ଗଷ୍ଟରର ଗର୍ଲଫ୍ରେଣ୍ଡ ନମ୍ବର-୨କୁ ଗିରଫ କରିଛି ଦରଘାବଜାର ପୋଲିସ ।
ତେବେ ୨ ନମ୍ବର ଗର୍ଲଫ୍ରେଣ୍ଡ ଗିରଫ ହେବା ପରେ ଚୌଦ୍ୱାର ଜେଲ୍ ଭିତରେ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ମହମ୍ମଦ ସକିଲର ଏକାଧିକ ବାନ୍ଧବୀ ଥିବା ଜଣାପଡ଼ିଛି। ଦରଘାବଜାର ପୁଲିସ ଆଜି ସକିଲର ଆଉ ଜଣେ ବାନ୍ଧବୀକୁ ଗିରଫ କରିବା ପରେ ଏକଥା ସ୍ପଷ୍ଟ ହୋଇଛି। ଗ୍ୟାଙ୍ଗଷ୍ଟର ସକିଲର ଏହି ବାନ୍ଧବୀ ଜଣକ ବକ୍ସିବଜାର ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ୧୦ ଲକ୍ଷ ଟଙ୍କା ବଟି ମାଗିବା ସହ ଧମକ ଦେଇଥିଲା। ଏହା ପରେ ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ଅପରାଧ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଗର୍ଲଫ୍ରେଣ୍ଡକୁ ପୁଲିସ ଗିରଫ କରି ଏବେ ଏକ ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଛି।
ପୂର୍ବରୁ ପୁଲିସ ସକିଲର ଜଣେ ବାନ୍ଧବୀ ନସରିନ ଖାନକୁ ଗିରଫ କରିଛି। ନସରିନକୁ ଗିରଫ କରିବା ପରେ ପୁଲିସ ଜାଣିବାକୁ ପାଇଥିଲା ଯେ, ଉଭୟ ସକିଲ ଓ ତାର ବାନ୍ଧବୀ ମିଶି ଅପରାଧ ପାଇଁ ରଣନୀତି ରଚୁଥିଲେ। ସକିଲକୁ ତାର ବାନ୍ଧବୀ ବାରମ୍ବାର ଜେଲରେ ଭେଟୁଥିଲା। ଜେଲ ଭିତରେ ସକିଲ ଓ ଜେଲ୍ ବାହାରେ ତା ବାନ୍ଧବୀ ଉଭୟ ବ୍ୟବସାୟୀ ଓ ବଡ଼ ବଡ଼ ଧନୀ ଶ୍ରେଣୀର ଲୋକଙ୍କୁ ଟାର୍ଗେଟ କରୁଥିଲେ। ଅପରାଧୀ ସକିଲ୍ ଚୌଦ୍ୱାର ସର୍କଲ ଜେଲ ଭିତରୁ ଭିଡିଓ କଲ୍ କରି ବ୍ୟବସାୟୀଙ୍କୁ ଦାଦାବଟି ମାଗୁଥିଲା। ବ୍ୟବସାୟୀ ଓ ବଡ଼ ବଡ଼ ଲୋକଙ୍କର ମୋବାଇଲ ନମ୍ବରଗୁଡ଼ିକ ବାନ୍ଧବୀ ନସରିନ ଯୋଗାଇ ଦେଉଥିଲା।
ଜେଲ ଭିତରେ ବିଚାରାଧିନ କଏଦୀ ଭାବେ ଥିବା ହାର୍ଡକୋର ଅପରାଧୀ ମହମ୍ମଦ ସକିଲ କିଛି ଦିନ ତଳେ କଟକ ବକ୍ସିବଜାରସ୍ଥିତ ଆନନ୍ଦ ସ୍ପୋର୍ଟସ ମାଲିକ ଯୋଗେଶ ଅଗ୍ରୱାଲଙ୍କୁ ଭିଡିଓକଲ କରି ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା। ବଟି ନ ମିଳିଲେ ଗୁଳି ମାରି ଉଡ଼ାଇ ଦେବାକୁ ଧମକ ଦେଇଥିଲା। ଏ ନେଇ ଯୋଗେଶ ଥାନାରେ ଏତଲା ଦେଇଥିଲେ। ଥାନାରେ ଅଭିଯୋଗ ହେବା ପରେ ପୁଲିସ ସକିଲର ସହଯୋଗୀ ଟାଇଗର ସମେତ ୫ ଜଣଙ୍କୁ ଗିରଫ କରିଥିଲା। ତେବେ ଏହି ଅପରାଧର ଚେର ଖୋଜୁ ଖୋଜୁ ସକିଲର ବାନ୍ଧବୀ ଖାନଙ୍କ ନିକଟରେ ପହଞ୍ଚିଥିଲା ପୁଲିସ। ଖୋଳତାଡ଼ରୁ ଜାଣିବାକୁ ପାଇଥିଲା ଯେ, ସକିଲ୍ ଗ୍ୟାଙ୍ଗକୁ ଚୋରା ବନ୍ଧୁକ ଦେବା ଠାରୁ ଆରମ୍ଭ କରି ଜେଲକୁ ମୋବାଇଲ ପହଞ୍ଚାଇବା ପର୍ୟ୍ୟନ୍ତ ସବୁଥିରେ ନସରିନଙ୍କ ହାତ ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/4-2.jpg)
/kanak/media/post_attachments/wp-content/uploads/2020/01/4.jpg)