ଦେଶର ସବୁ ଜିଲ୍ଲାରେ ଆଜି ପୁଣିଥରେ ହେବ ଡ୍ରାଏ ରନ : ରାଜ୍ୟର ପ୍ରତି ଜିଲ୍ଲାର ୩ଟି ସ୍ଥାନରେ ହେବାକୁ ଯାଉଛି ଡ୍ରାଏ ରନ

ଟିକାକୁ ନେଇ ଗୁଜବ ଉପରେ ବିଶ୍ୱାସ ନକରିବାକୁ କହିଲେ କେନ୍ଦ୍ରମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ

158

କନକ ବ୍ୟୁରୋ : ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ । ତେବେ ତା ପୂର୍ବରୁ ଦେଶର ସବୁ ଜିଲ୍ଲାରେ ଆଜି ପୁଣିଥରେ ଡ୍ରାଏ ରନ ହେବ । ଟିକାକୁ ନେଇ ଗୁଜବ ଉପରେ ବିଶ୍ୱାସ ନକରିବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ଆଜି ରାଜ୍ୟର ପ୍ରତି ଜିଲ୍ଲାର ୩ଟି ସ୍ଥାନରେ ହେବାକୁ ଯାଉଛି ଡ୍ରାଏ ରନ । ଯେଉଁ ସ୍ଥାନରେ ଟିକାକରଣ ହେବ ଯଦି ସେହି ସମୟରେ କିଛି ବ୍ୟକ୍ତିଙ୍କ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦିଏ, କେମିତି ପ୍ରସ୍ତୁତ ରହିବେ ସେ ନେଇ ଆଲୋଚନା କରାଯାଇଛି ।

ସେଥିପାଇଁ ଟିକାକରଣ କେନ୍ଦ୍ରରେ ସ୍ୱତନ୍ତ୍ର ଭାବେ ଏଇଏଫଆଇ କିଟ୍ ରଖାଯିବ । ଟିକାକରଣ ପରେ ସମସ୍ୟା ଦେଖାଦେଲେ, ତାହାର ମୁକାବିଲା ପାଇଁ ଏହି କିଟ୍ରେ ଇଂଜେକସନ ଓ ମେଡିସିନ କିଟ ରହିବ । ଏଥିପାଇଁ ସ୍ୱତନ୍ତ୍ର ଭାବେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟ୍ରେନିଂ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସବୁ ଜିଲ୍ଲାରେ ଡ୍ରାଏ ରନ ହୋଇଛି । ଆଜି ପ୍ରତି ଜିଲ୍ଲାର ୩ଟି କେନ୍ଦ୍ରରେ ଡ୍ରାଏ ରନ କରାଯିବ । ଗୋଟିଏ ପିଏଚସି ଓ ସିଏଚସି ଏବଂ ମେଡିକାଲ କଲେଜରେ ଟିକାକରଣର ପୂର୍ବାଭ୍ୟାସ କରାଯିବ ।