ପଞ୍ଚୁକର ଦ୍ୱିତୀୟ ଦିନରେ ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ : ଶ୍ରୀଜିଉଙ୍କ ବାଙ୍କଚୂଡ଼ା ବେଶ ଦେଖିବାକୁ ଲାଗିଛି ଗହଳି

Advertisment
ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି । ଅପରାହ୍ଣ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

କନକ ବ୍ୟୁରୋ : ପଞ୍ଚୁକର ଦ୍ୱିତୀୟ ଦିନରେ ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ । ଶ୍ରୀଜିଉଙ୍କ ବାଙ୍କଚୂଡ଼ା ବେଶ ଦେଖିବାକୁ ଲାଗିଛି ଗହଳି । ପଞ୍ଚୁକ ପ୍ରଥମ ଦିନ ବଡ଼ ଏକାଦଶୀ ପଡ଼ିଥିବାରୁ ବନ୍ଦ ଥିଲା ଶ୍ରୀନ୍ଦିର । ଏସଓପି ଅନୁଯାୟୀ ସାଧାରଣ ଦର୍ଶନକୁ ବାରଣ କରାଯାଇଥିଲା । ତେବେ ଆଜି ଶ୍ରୀମନ୍ଦିର ସାଧାରଣ ଦର୍ଶନ ପାଇଁ ଖୋଲାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ସହ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । ଆଜି ଗରୁଡ଼ ଉତଥାପନ ଦ୍ୱାଦଶୀ ଥିବାରୁ ସେବାୟତ ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ରଖି ସମସ୍ତ ନୀତିକାନ୍ତି କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe