କନକ ବ୍ୟୁରୋ: ବିଧାୟକମାନଙ୍କ ପାଠଶାଳାର ଆଜି ଦ୍ୱିତୀୟ ଦିନ। ଆଜି ନୂଆ ବିଧାୟକଙ୍କୁ ମନ୍ତ୍ର ଦେବେ ରାଜ୍ୟସଭା ଉପାଧ୍ୟକ୍ଷ ହରିଵଂଶ ନାରାୟଣ ସିଂ। ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ସେ ଯୋଗଦେଇ ନୂଆ ବିଧାୟକଙ୍କୁ ଅଭିଜ୍ଞତା ବାଣ୍ଟିବେ। ତାଙ୍କ ସହ ବରିଷ୍ଠ ବିଜେପି ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ଯୋଗ ଦେଇ ବିଧାୟକମାନଙ୍କୁ ଜ୍ଞାନ ଦେବେ।
ଗତକାଲି ଦୁଇ ଦିନିଆ ବିଧାୟକଙ୍କ ପାଠଶାଳା ଜ୍ଞାନସଂସ୍କାର କାର୍ୟ୍ୟକ୍ରମ ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ। ତେବେ ଆଜି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କର ସେସନ ଥିଲେ ମଧ୍ୟ ସେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି। କଂଗ୍ରେସ ଦଳ ବୟକଟ୍ କରିଥିବାରୁ ସେ ଯୋଗ ଦେବେନି ବୋଲି କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/MLA-TRAINING.jpg)