ବେଙ୍ଗାଲୁରୁ ଟେଷ୍ଟର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆର ଧିମା ବ୍ୟାଟିଂ : ୪୮ ରନରେ ଆଗୁଆ ରହି ଆଜି ବ୍ୟାଟିଂ କରିବ କଙ୍ଗାରୁ ଦଳ

30

କନକ ବ୍ୟୁରୋ : ବେଙ୍ଗାଲୁରୁ ଟେଷ୍ଟର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆର ଧିମା ବ୍ୟାଟିଂ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୪୮ ରନ୍ ଆଗୁଆ ରହିଛି କଙ୍ଗାରୁ ଦଳ । ୬ ୱିକେଟ୍ ହରାଇ ୨୩୭ ରନ୍ କରି ନେଇଛି ଅଷ୍ଟ୍ରେଲିଆ । ଦଳ ପକ୍ଷରୁ ସନ୍ ମାର୍ସ ୬୬ ରନ୍ ଓ ମ୍ୟାଟ୍ ରେନସା ୬୦ ରନ୍ କରିଛନ୍ତି ।

ମାଥ୍ୟୁ ୱେଡ୍ ୨୫ ରନ୍ ଓ ମିଚେଲ୍ ଷ୍ଟାର୍କ ୧୪ ରନ୍ କରି ଅପରାଜିତ ଅଛନ୍ତି । ଶନିବାର ପ୍ରଥମ ଦିନରେ ମାତ୍ର ୧୮୯ ରନରେ ଅଲଆଉଟ୍ ହୋଇଥିଲା ଟିମ୍ ଇଣ୍ଡିଆ ଅଷ୍ଟ୍ରେଲୀୟ ଅଫସ୍ପିନର ନାଥାନ୍ ଲିଓନ୍ ହିଁ ଭାରତୀୟ ବ୍ୟାଟିଂ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇଥିଲେ । ମାତ୍ର ୫୦ ରନ୍ ଦେଇ ଲିଓନ୍ ୮ ୱିକେଟ୍ ନେବା ଫଳରେ ୨ ଶହ ରନ୍ ଛୁଇଁବାକୁ ସକ୍ଷମ ହୋଇନଥିଲା ଟିମ୍ ଇଣ୍ଡିଆ । ପୁଣେ ଟେଷ୍ଟକୁ ଜିତି ୧-୦ରେ ସିରିଜ୍ ଆଗୁଆ ରହିଛି ଅଷ୍ଟ୍ରେଲିଆ ।