ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ହୃଦରୋଗ ସଂପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶାର ସର୍ବାଧିକ ପ୍ରସାରିତ ଖବରକାଗଜ ‘ସମ୍ବାଦ’ ଆରମ୍ଭ କରିଛି ଏକ ଅଭିନବ ପ୍ରୟାସ । ସମଗ୍ର ବିଶ୍ୱରେ ସେପ୍ଟେମ୍ବର ୨୯ରେ ପାଳିତ ହେବ ବିଶ୍ୱ ହୃଦୟ ଦିବସ । ଏହା ପାଳିତ ହେବାର ୪ ଦିନ ପୂର୍ବରୁ ଆଜି ରାଜଧାନୀରେ ଆୟୋଜିତ ହେଉଛି ଭୁବନେଶ୍ୱର ସାଇକ୍ଲୋଥନ-୨୦୧୬ ।
ସମ୍ବାଦ ପକ୍ଷରୁ ଆୟୋଜତି ହେଉଥିବା ଏହି ସାଇକେଲ ମାରାଥନ୍ କାର୍ଯ୍ୟକ୍ରମରେ ରାଜ୍ୟର ବହୁ କ୍ରୀଡ଼ା ଏବଂ ସିନେ ତାରକାଙ୍କ ସହ ଶହ ଶହ ପ୍ରତିଯୋଗୀ ସାମିଲ ହୋଇଛନ୍ତି । ସାଇକେଲ ଆରୋହୀମାନେ ଭୁବନେଶ୍ୱର ଶିଖରଚଣ୍ଡୀଠାରୁ ବାହାରି କଳିଙ୍ଗଷ୍ଟାଡିୟମ୍ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ସାଇକ୍ଲୋଥନକୁ ପତାକା ଦେଖାଇ ଉଦଘାଟନ କରିଛନ୍ତି କ୍ରୀଡାମନ୍ତ୍ରୀ ସୁଦାମ ମାରାଣ୍ଡି । ହୃଦରୋଗ ସଂପର୍କରେ ଲୋକଙ୍କୁ ସଚେତନ କରିବା ଉଦେଶ୍ୟରେ ଏହି ମାରାଥନରେ ସାମିଲ ହୋଇଛନ୍ତି ବହୁ ପ୍ରତିଯୋଗୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/14370433_1269762299721982_6346207966869718384_n.jpg)