ଚଣ୍ଡିଖୋଲରେ ଖୋଲିଲା ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ! ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

92

କନକ ବ୍ୟୁରୋ : ଲୋକାର୍ପିତ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଥମ ରୁରାଲ କ୍ୟାମ୍ପସ । ଚଣ୍ଡିଖୋଲରେ ଆଜି ଏହି କ୍ୟାମ୍ପସର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଦିନିକିଆ ଭଦ୍ରକ ଓ ଯାଜପୁର ଜିଲ୍ଲା ଗସ୍ତ କରି ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଗ୍ରାମାଂଚଳର ଯୁବକ ଯୁବତୀଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ନୂଆ ଦିଗ ଦେଖାଇବ ଉକ୍ରଳ ବିଶ୍ୱବିଦ୍ୟାଳୟର ପ୍ରଥମ ରୁରାଲ କ୍ୟାମ୍ପସ । ଚଣ୍ଡିଖୋଲରେ ପ୍ରଥମ ରୁରାଲ କ୍ୟାମ୍ପସକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହାସହ ଦିନିକିଆ ଯାଜପୁର ଓ ଚାନ୍ଦବାଲି ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଯାଜପୁର ଜିଲ୍ଲା ପାଇଁ ୧୦୯ କୋଟି ଟଙ୍କାର ୫ଟି ପ୍ରକଳ୍ପ ଉଦଘାଟିତ ହୋଇଛି । ଏଥିସହ ୪୩ କୋଟି ୫୦ ଲକ୍ଷ ଟଙ୍କାର ୮ଟି ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନ କରାଯାଇଛି । ସେହିପରି ଚାନ୍ଦବାଲିରେ ଭଦ୍ରକ ଜିଲ୍ଲା ପାଇଁ ୩୯୬ କୋଟି ଟଙ୍କାର ୧୬ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏଥିସହ ୧୧୮୦ କୋଟି ଟଙ୍କାର ୧୯ଟି ପ୍ରକଳ୍ପ ପାଇଁ ଭିତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଉଭୟ ସଭାରେ କାଳିଆ ଯୋଜନାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, କାଳିଆ ଯୋଜନାରେ ଏଯାଏଁ ୩୦ ଲକ୍ଷରୁ ଅଧିକ ଚାଷୀ ସାମିଲ ହୋଇଛନ୍ତି । ଆହୁରି ୧୦ ଲକ୍ଷ ଚାଷୀଙ୍କୁ ଯୋଜାନରେ ସାମିଲ କରାଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, କାଳିଆକୁ କେହି ବନ୍ଦ କରିପାରିବେ ନାହିଁ । ଏହା ଚାଷୀ ମାନଙ୍କର ହକ୍ ଏବଂ ଚାଷୀମାନଙ୍କ ଟଙ୍କା ।