କନକ ବ୍ୟୁରୋ : ବଢିଲା ଭାରତୀୟ ବାୟୁସେନାର ବଳ । ଆକାଶର ଆତଙ୍କ ରଚିବ ଆକାଶର ବାହୁବଳୀ । ଛାତିରେ ପଶିବ ଛନକା, ଭୟରେ ଥରହର ହୋଇଉଠିବ ଶତ୍ରୁଶିବିର । ଭାରତରେ ପହଞ୍ଚିଛି ଆଉ ୩ଟି ରାଫେଲ୍ ବିମାନ । ଏହି ୩ଟି ଲଢୁଆ ବିମାନ ଫ୍ରାନ୍ସରୁ ଅବିରାମ ଭାବେ ଉଡି, ଭାରତ ମାଟିରେ ଓହ୍ଲାଇଛି । ପୂର୍ବରୁ ୫ଟି ବିମାନକୁ ମିଶାଇ ବର୍ତ୍ତମାନ ଭାରତୀୟ ବାୟୁସେନା ପାଖରେ ମୋଟ୍ ରାଫେଲ୍ ବିମାନ ସଂଖ୍ୟା ୮ରେ ପହଞ୍ଚିଛି ।
ଚୀନ୍ ସହ ସୀମା ବିବାଦ ଭିତରେ, ଭାରତରେ ରାଫେଲ୍ ବିମାନ ପହଞ୍ଚିବା ଚୀନର ଚିନ୍ତା ବଢାଇଦେଇଛି । ଗତ ଜୁଲାଇ ମାସ ୨୯ ତାରିଖରେ, ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସରୁ ୫ଟି ରାଫେଲ୍ ବିମାନ ଭାରତ ଆସିଥିଲା । ୫୯,୦୦୦ କୋଟି ଟଙ୍କା ବିନିମୟରେ ଭାରତ ଫ୍ରାନ୍ସ ସହ ଚୁକ୍ତି କରିଛି ଏବଂ ଏହି ଚୁକ୍ତି ଅନୁସାରେ, ଭାରତ ମୋଟ୍ ୩୬ଟି ରାଫେଲ୍ ବିମାନ ହାସଲ କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/37-3.jpg)