ଚନ୍ଦ୍ରଭାଗା ମାଘ ମେଳା ବୁଡ ବନ୍ଦ : ମେଳା ସ୍ଥଳରେ ଲାଗୁ ହେଲା ୧୪୪ ଧାରା; ନିର୍ଦ୍ଧାରିତ ୫୦୦ ଜଣ ସେବାୟତ ଓ ସୁରକ୍ଷା କର୍ମୀଙ୍କୁ ନେଇ ସଂପନ୍ନ ହେବ ପରମ୍ପରା

Advertisment
ଚନ୍ଦ୍ରଭାଗା ମାଘ ମେଳା ବୁଡ ବନ୍ଦ : ମେଳା ସ୍ଥଳରେ ଲାଗୁ ହେଲା ୧୪୪ ଧାରା; ନିର୍ଦ୍ଧାରିତ ୫୦୦ ଜଣ ସେବାୟତ ଓ ସୁରକ୍ଷା କର୍ମୀଙ୍କୁ ନେଇ ସଂପନ୍ନ ହେବ ପରମ୍ପରା

କନକ ବ୍ୟୁରୋ : କୋଣାର୍କ ଚନ୍ଦ୍ରଭାଗାରେ ମାଘ ସପ୍ତମୀର ବୁଡ଼ ଉପରେ ରୋକ ଲଗାଇଲା ପ୍ରଶାସନ । ଆସନ୍ତା ୧୯ ତାରିଖରେ ପଡୁଛି ଏହି ମାଘ ସପ୍ତମୀ । ତେବେ ଏଥର ଏଠାରେ ବୁଡ଼ ପକାଇ ପାରିବେନି ଭକ୍ତ । ଆଜିଠାରୁ ୧୪୪ ଧାରା ଜାରି ହୋଇଛି । କରୋନାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏପରି କଟକଣା ଜାରି କରିଛି ।

ଏଥର ମାଘ ସପ୍ତମୀ ବୁଡରେ ସେବାୟତ ଓ ପୁଲିସ ପ୍ରଶାସନକୁ ମିଶାଇ ମୋଟ ୫୦୦ ଜଣ ସାମିଲ ହୋଇପାରିବେ ବୋଲି କୁହାଯାଇଛି । ମାଘମେଳା ପାଇଁ କୋଭିଡ ସଂକ୍ରମଣକୁ ନଜରରେ ରଖି ୧୪୪ ଧାରା ଜାରି କରାଯାଇଛି । ମାଘ ସପ୍ତମୀର ସମସ୍ତ ରୀତିନୀତି ସରିବା ପରେ ଠାକୁରଙ୍କ ବୁଡ ନୀତି କରାଯିବ । ଏହା ପରେ କେବଳ ଅନୁମତି ପ୍ରାପ୍ତ ଭକ୍ତମାନେ ହିଁ ମାଘ ବୁଡ ପକାଇ ପାରିବେ ବୋଲି କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe