କନକ ବ୍ୟୁରୋ : କୋଣାର୍କ ଚନ୍ଦ୍ରଭାଗାରେ ମାଘ ସପ୍ତମୀର ବୁଡ଼ ଉପରେ ରୋକ ଲଗାଇଲା ପ୍ରଶାସନ । ଆସନ୍ତା ୧୯ ତାରିଖରେ ପଡୁଛି ଏହି ମାଘ ସପ୍ତମୀ । ତେବେ ଏଥର ଏଠାରେ ବୁଡ଼ ପକାଇ ପାରିବେନି ଭକ୍ତ । ଆଜିଠାରୁ ୧୪୪ ଧାରା ଜାରି ହୋଇଛି । କରୋନାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏପରି କଟକଣା ଜାରି କରିଛି ।
ଏଥର ମାଘ ସପ୍ତମୀ ବୁଡରେ ସେବାୟତ ଓ ପୁଲିସ ପ୍ରଶାସନକୁ ମିଶାଇ ମୋଟ ୫୦୦ ଜଣ ସାମିଲ ହୋଇପାରିବେ ବୋଲି କୁହାଯାଇଛି । ମାଘମେଳା ପାଇଁ କୋଭିଡ ସଂକ୍ରମଣକୁ ନଜରରେ ରଖି ୧୪୪ ଧାରା ଜାରି କରାଯାଇଛି । ମାଘ ସପ୍ତମୀର ସମସ୍ତ ରୀତିନୀତି ସରିବା ପରେ ଠାକୁରଙ୍କ ବୁଡ ନୀତି କରାଯିବ । ଏହା ପରେ କେବଳ ଅନୁମତି ପ୍ରାପ୍ତ ଭକ୍ତମାନେ ହିଁ ମାଘ ବୁଡ ପକାଇ ପାରିବେ ବୋଲି କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/13-16.jpg)