ସେବି ଖୋଲିଲା ଏନଏସଇ ନିଯୁକ୍ତିର ଗୁମର, ହିମାଳୟ ବାବାଙ୍କ ପରାମର୍ଶରେ ନିଯୁକ୍ତି ଦେଉଥିଲେ ଏନଏସଇର ପୂର୍ବ ନିର୍ଦ୍ଦେଶକ

ସେବି ଖୋଲିଲା ଏନଏସଇ ନିଯୁକ୍ତିର ଗୁମର, ହିମାଳୟ ବାବାଙ୍କ ପରାମର୍ଶରେ ନିଯୁକ୍ତି ଦେଉଥିଲେ ଏନଏସଇର ପୂର୍ବ ନିର୍ଦ୍ଦେଶକ

କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ଷ୍ଟକ ଏକ୍ସଚେଞ୍ଜର ପରିଚାଳନା ନିର୍ଦ୍ଦେଶକ ଚିତ୍ରା ରାମକୃଷ୍ଣଙ୍କୁ ନେଇ ଏକ ବଡ ଖୁଲାସା କରିଛି ସେବି । ସେବି ତରଫରୁ କୁହାଯାଇଛି କି ଚିତ୍ରା ହିମାଳୟର ଏକ ବାବାଙ୍କ ପରାମର୍ଶକ୍ରମେ ସମସ୍ତ ନିଷ୍ପତ୍ତି ନେଉଥିଲେ । ସେହି ବାବାଙ୍କ ନିର୍ଦ୍ଦେଶରେ ଚିତ୍ରା ଆନନ୍ଦ ସୁବ୍ରମଣ୍ୟମଙ୍କୁ ଏକ୍ସଚେଞ୍ଜର ସମୂହ ପରିଚାଳନା ଅଧିକାରୀ ଏବଂ ପ୍ରବନ୍ଧ ନିର୍ଦ୍ଦେଶକଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିଲେ ।

ପୁଞ୍ଜି ବଜାର ନିୟାମକ ସେବି ଏନଏସଇ ଓ ତାର ପୂର୍ବ ପ୍ରବନ୍ଧ ନିର୍ଦ୍ଦେଶକ ସହ ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ ଚିତ୍ରା ରାମକୃଷ୍ଣ , ରବି ନାରାୟଣ ଓ ଅନ୍ୟ ଅଧିକାରୀଙ୍କ ଉପରେ ଜରିମାନା ଲଗାଇଛନ୍ତି । ଏହି ଜରିମାନା ସମୁହ ପରିଚାଳନା ଅଧିକାରୀ ଆନନ୍ଦ ସୁବ୍ରମଣ୍ୟମଙ୍କ ନିଯୁକ୍ତିରେ ଅନିୟମିତତା ନେଇ ହୋଇଛି ।

ସେବି ତରଫରୁ ଜାରି କରାଯାଇଥିବା ୧୯୦ ପୃଷ୍ଟାର ଏକ ଆଦେଶରେ କୁହାଯାଇଛି କି ହିମାଳୟ ବାବା ଚିତ୍ରାଙ୍କୁ ଆନନ୍ଦ ସୁବ୍ରମଣ୍ୟଙ୍କୁ ନିଯୁକ୍ତି ଦେବାକୁ ଆଦେଶ ଦେଇଥିଲେ । ଏହି ମାମଲାରେ ସେବି ତରଫରୁ ଚିତ୍ରାଙ୍କ ଉପରେ ୩ କୋଟି ଟଙ୍କା ସହ ନାରାୟଣ ଓ ସୁବ୍ରମଣ୍ୟମଙ୍କ ଉପରେ ୨ କୋଟି ଟଙ୍କା ଲେଖାଏଁ ଜରିମାନା ଲଗାଇଛନ୍ତି । ଏହାସହ ୬ ମାସ ପର୍ଯ୍ୟନ୍ତ ଉପରୋକ୍ତ ବ୍ୟକ୍ତିମାନେ କୌଣସି ନୂଆ ଉତ୍ପାଦ ଉପସ୍ଥାପନ କରିପାରିବେ ନାହିଁ ବୋଲି ଆଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe