ଶ୍ରୀମନ୍ଦିରରେ ପାନ ବନ୍ଦ ନେଇ ପ୍ରଶାସନର କଟକଣା ପରେ ସେବାୟତଙ୍କ ପ୍ରତିକ୍ରିୟା । କହିଲେ, ଜଗନ୍ନାଥ ଖାଆନ୍ତି ପାନ…

199

କନକ ବ୍ୟୁରୋ: ନୂଆବର୍ଷରୁ ଶ୍ରୀମନ୍ଦିରରେ ବନ୍ଦ ହେବ ପାନ, ଗୁଟ୍କା । ସେବାୟତଙ୍କଠାରୁ ଆରମ୍ଭ କରି ପ୍ରଶାସନିକ କର୍ମଚାରୀ, ଶ୍ରୀମନ୍ଦିର କର୍ମଚାରୀ, ପୁଲିସ ଓ ଶ୍ରଦ୍ଧଳୁଙ୍କ ଉପରେ ଏହି କଟକଣା ଲାଗିବ । ବରାହ ପୁରାଣ ଆଧାରରେ କଟକଣା ଲଗାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ପ୍ରଶାସକ ରଞ୍ଜନ ଦାସ ।

ଜାନୁଆରୀ ୧ରୁ ଡ୍ରେସକୋଡ୍ ଭଳି ପାନଗୁଟୁକାକୁ ସମ୍ପୂର୍ଣ୍ଣର୍ ବ୍ୟାନ୍ କରାଯିବ । ଶ୍ରୀମନ୍ଦିର ଭିତରେ କେହି ପାନଗୁଟୁକା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ । କେବଳ ଭକ୍ତ ନୁହେଁ ସେବାୟତଙ୍କ ପାଇଁ ମଧ୍ୟ ଏହି କଟକଣା ଲାଗୁ ହେବ । କୌଣସି ସେବାୟତ ମନ୍ଦିର ଭିତରେ ପାନଗୁଟଖା ଖାଇବେ ନାହିଁ ବୋଲି କୁହାଯାଇଛି ।

ହେଲେ ଶ୍ରୀମନ୍ଦିର ପ୍ରଶାସନ ପାନ ବ୍ୟାନ୍ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ସେବାୟତ । କହିଛନ୍ତି, ପରମ୍ପରା ଅନୁସାରେ ପାନ ଖାଇ ସେବାୟତ ମହାପ୍ରଭୁଙ୍କ ସେବା କରନ୍ତି । ଜଗନ୍ନାଥ ନିଜେ ପାନ ଖାଆନ୍ତି । ତେଣୁ ଗୋଟିଏ ସ୍ଥାନ ସ୍ଥିର କରାଯାଉ, ସେଠାରେ ପାନ ଛେପ ପକାଇବା ପାଇଁ ବ୍ୟବସ୍ଥା କରାଯାଉ ବୋଲି କୁହାଯାଇଛି ।