ବାଲେଶ୍ୱରରେ ମାତିଲେ ସେବାଶ୍ରମ ଛାତ୍ରୀ । ଗେଟରେ ତାଲା ପକାଇବା ସହ ପ୍ରଧାନଶିକ୍ଷକ ଓ ସୁପରିଟେଣ୍ଡେଣ୍ଟଙ୍କୁ ନିସ୍ତୁକ ମାଡ, ଅନୈତିକ ସଂପର୍କରେ ମାତି ଛାତ୍ରୀଙ୍କୁ ଅବହେଳା କରୁଥିବା ଅଭିଯୋଗ ।

474

କନକ ବ୍ୟୁରୋ : ବାଲେଶ୍ୱରରେ ମାତିଲେ ସେବାଶ୍ରମ ଅନ୍ତେବାସୀ । ପ୍ରଧାନଶିକ୍ଷକ ଓ ସୁପରିଟେଣ୍ଡେଣ୍ଟଙ୍କୁ ନିସ୍ତୁକ ପିଟିଛନ୍ତି ସେବାଶ୍ରମର ଛାତ୍ରୀ । ସଦର ବ୍ଲକ ହସନପୁର ସେବାଶ୍ରମର ପ୍ରଧାନ ଶିକ୍ଷକ ରାଜୀବ ଲୋଚନ ଦାସ ଓ ସୁପରିଟେଣ୍ଡେଣ୍ଟ ସବିତା ବିଶ୍ୱଳଙ୍କ ମଧ୍ୟରେ ଦୀର୍ଘଦିନ ହେଲା ଅନୈତିକ ସଂପର୍କ ରହିଛି । ଏହାକୁ ବିରୋଧ କରିଆସୁଛନ୍ତି ସେବାଶ୍ରମର ଛାତ୍ରୀମାନେ । ଏପରିକି ଅନୈତିକ କାର୍ଯ୍ୟରେ ଲିପ୍ତ ରହି ସୁପରିନଟେଣ୍ଡେଂଟ ପିଲାମାନଙ୍କ ସମସ୍ୟାକୁ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ପ୍ରଧାନ ଶିକ୍ଷକ ମଧ୍ୟ ଛାତ୍ରୀମାନଙ୍କୁ ଖରାପ ଦୃଷ୍ଟିରେ ଦେଖୁଥିବା ଅଭିଯୋଗ କରି ତାତିଛନ୍ତି ଛାତ୍ରୀ ଓ ଅଭିଭାବକ । ଦୀର୍ଘଦିନର ଅସନ୍ତୋଷ ଆଜି ଉଗ୍ରରୂପ ଧାରଣ କରିଛି । ଆଜି ଦୁଇ ଜଣଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖିବା ପରେ ତାତି ଉଠିଥିଲେ ସେବାଶ୍ରମର କୁନିକୁନି ଛାତ୍ରୀମାନେ । ତେବେ ବଡକଥା ହେଉଛି ଆଜି ଛାତ୍ରୀମାନଙ୍କ ପରୀକ୍ଷା ଥିବା ସତ୍ୱେ ସେମାନେ ପରୀକ୍ଷାରେ ନବସି ଧାରଣାରେ ବସିରହିଛନ୍ତି । ଉଭୟ ପ୍ରଧାନଶିକ୍ଷକ ଓ ସୁପରିନଟେଣ୍ଡେଂଟଙ୍କୁ ବଦଳି ନକଲେ ସେମାନେ ସେବାଶ୍ରମ ଛାଡିଦେବାକୁ ଚେତାବନୀ ଦେଇଛନ୍ତି ।