କନକ ବ୍ୟୁରୋ: ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡରେ କାଳ ସାଜିଛି ଲଗାଣବର୍ଷା ସାଙ୍ଗକୁ ବ୍ରଜପାତ । ୨୪ଘଂଟାରେ ୫୬ଜଣଙ୍କ ମୃତ୍ୟୁ ସୂଚନା ମିଳିଛି । ଉତ୍ତରପ୍ରଦେଶରେ ଦିନକରେ ୩୦ଜଣଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ପ୍ରତାପଗଡ଼, ସନମର୍ଗ, ଜେଠୱାର, ଅଣ୍ଠୁ, ମାନିକପୁରରେ ଭୟଙ୍କର ବଜ୍ରପାତ ଘଟିଛି । ସେହିପରି ବିହାରରେ ୨୧ଜଣ, ଝାଡଖଣ୍ଡରେ ୩ଜଣଙ୍କ ମୃତ୍ୟୁ ସୂଚନା ମିଳିଛି । ଆଇଏମଡି ଏହି ସବୁ ରାଜ୍ୟପାଇଁ ହାଇଆଲର୍ଟ ଜାରି କରିଛି । ଲଗାଣବର୍ଷା ଓ ପ୍ରବଳ ବଜ୍ରାପାତ ଆଶଙ୍କା ଥିବାରୁ ଲୋକଙ୍କୁ ଘରୁ ନବାହାରିବାକୁ କୁହାଯାଇଛି ।

Advertisment

ଉତ୍ତରପୂର୍ବ ରାଜ୍ୟରେ ଜାରି ରହିଛି ବନ୍ୟା ବିଭୀଷିକା । ଆସାମଠୁ ନେଇ ବିହାର । ଲଗାଣବର୍ଷା ରାଜ୍ୟଗୁଡିକରେ ସଂଗୀନ ସ୍ଥିତି ସୃଷ୍ଟି କରିଛି । ବର୍ଷା ଯୋଗୁଁ ଦିଲ୍ଲୀ, ଆସାମ, ବିହାର ଓ ଉତ୍ତରପ୍ରଦେଶ ରାଜ୍ୟ ପ୍ରଭାବିତ ହେଉଛି । କେବଳ ଏହି ଚାରି ରାଜ୍ୟରେ ନୁହେଁ ଗୁଜରାଟ ସହ ପାହାଡିଆ ରାଜ୍ୟ ଉତ୍ତରାଖଣ୍ଡ, ହିମାଚଳରେ ମଧ୍ୟ ଚିନ୍ତା ବଢ଼ାଇଛି ଲଗାଣବର୍ଷା ସାଙ୍ଗକୁ ଭୁସ୍ଖଳନ ।