ଆରମ୍ଭ ହେଲା ଜୀ-ସାର୍ଥକର ଲୋକପ୍ରିୟ ରିଅଲିଟି ଶୋ ‘ଦିଦି ନମ୍ବର-୧’ ର ସିଜନ-୨ । ନଭେମ୍ବର ୨୧ ରୁ ସୋମବାରରୁ ରବିବାର ସନ୍ଧ୍ୟା ୫ ଟାରେ ହେଉଛି ପ୍ରସାରଣ

155

କନକ ବ୍ୟୁରୋ : ପ୍ରଥମ ସିଜନର ବିପୁଳ ସଫଳତା ପରେ ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ନଭେମ୍ବର ୨୧ ରୁ ସୋମବାରରୁ ରବିବାର ସନ୍ଧ୍ୟା ୫ ଟାରେ ରିଅଲିଟି ଶୋ ‘ଦିଦି ନମ୍ବର -୧’ ସିଜନ-୨ର ପୁନଃ ପ୍ରସାରଣ ଆରମ୍ଭ ହୋଇଯାଇଛି । ଏଥିପାଇଁ ଅଡିସନ ଆରମ୍ଭ ହୋଇଯାଇଛି । ଅଡିସନ ବିଷୟରେ ସବିଶେଷ ତଥ୍ୟ ଜାଣିବା ପାଇଁ ‘ଜୀ-ସାର୍ଥକ’ର ସୋସିଆଲ ମିଡ଼ିଆ ପେଜ ସହ ଯୋଡ଼ି ହେବା ପାଇଁ ଦିଦି ନମ୍ବର-୧ ଟିମ ପକ୍ଷରୁ ସୂଚନା ଦିଆଯାଇଛି ।

ଜୀ ସାର୍ଥକର ଏହି ଲୋକପ୍ରିୟ ରିଅଲିଟି ଶୋ ମନୋରଞ୍ଜନ ସହ ମହିଳାମାନଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସହାୟକ ହୋଇଛି । ପରିବାର ଓ ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଦିଦି ନମ୍ବର-୧ ଏକ ମାଧ୍ୟମ ହୋଇଛି ।

ଦର୍ଶକ ଏବଂ ପ୍ରତିଯୋଗୀଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ ‘ଦିଦି ନମ୍ବର-୧’ ରିଅଲିଟି ଶୋର, ପ୍ରଥମ ସିଜନ ଅପେକ୍ଷା ସିଜନ-୨ ରେ, ନୂଆ ନୂଆ ଖେଳ ସହ ଆହୁରି ଅଧିକ ମଜାଦାର ହେବ ଓ ପ୍ରତିଯୋଗୀମାନଙ୍କ ପାଇଁ ଅଧିକ ଆକର୍ଷଣୀୟ ଉପହାର ନେଇ ଆସିଛି । ପ୍ରଥମ ଥର ପାଇଁ ଜୀ-ସାର୍ଥକ ଆଣିଛି ପ୍ରତିଯୋଗୀମାନଙ୍କ ପାଇଁ ସିଧା ସଳଖ ଟଙ୍କା ଗଛ ରୁ ଟଙ୍କା ତୋଳିବାର ଏକ ଅଦ୍ଭୁତ ଖେଳ ଏହା ଛଡା ଖେଳରେ ଖେଳରେ ପ୍ରତିଯୋଗୀମାନେ ସୁନା ବି ଜିତି ନିଜ ଘରକୁ ନେଇ ପାରିବେ । ନିଜର ଚୁଲବୁଲି ଅନ୍ଦାଜ ସହ ଲିପି ମହାପାତ୍ର ଏହାର ଉପସ୍ଥାପନା ଜାରି ରଖିବେ ବୋଲି ଟିମ ପକ୍ଷରୁ ସୂଚନା ଦିଆଯାଇଛି ।