କନକ ବ୍ୟୁରୋ : ସିିସୋର ଚିଟଫଣ୍ଡ ମାମଲାର ଅଭିଯୁକ୍ତ ଶୁଭଙ୍କର ନାୟକ ପୁଣି ଥରେ ଗିରଫ ହୋଇଛନ୍ତି । ତେବେ ଏଥର ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଓ ତାଙ୍କ ପୁଅଙ୍କୁ ଆକ୍ରମଣ ମାମଲାରେ ଶୁଭଙ୍କରଙ୍କୁ ଗିରଫ କରିଛି ଭୁବନେଶ୍ୱର ଖାରବେଳନଗର ଥାନା ପୋଲିସ । ଅଭିଯୋଗ ଅନୁସାରେ, ରବିବାର ରାତିରେ ଶୁଭଙ୍କର ଜଣେ ମହିଳାଙ୍କ ଘରେ ପଶି ତାଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ପୁଅକୁ ଆକ୍ରମଣ କରିଥିଲେ ।
ସଂପୃକ୍ତ ମହିଳା ଓ ତାଙ୍କ ପୁଅ ଖାରବେଳ ନଗର ଥାନାରେ ଅଭିଯୋଗ କରିବା ପରେ ଶୁଭଙ୍କର ଗିରଫ ହୋଇଛନ୍ତି । ସେପଟେ ଅଭିଯୋଗ କରିଥିବା ମହିଳା ମଧ୍ୟ ତଦନ୍ତରେ ସହଯୋଗ କରୁନଥିବାରୁ ଖାରବେଳନଗର ଥାନା ପୁଲିସ ତାଙ୍କୁ ନୋଟିସ କରିଛି । ସିସୋର ଚିଟଫଣ୍ଡ ମାମଲାରେ ୨୦୧୪ ମସିହାରେ ଗିରଫ ହୋଇଥିଲେ ଶୁଭଙ୍କର ନାୟକ । ଗତବର୍ଷ ଅଗଷ୍ଟ ପହିଲାରେ ଶୁଭଙ୍କରଙ୍କୁ ହାଇକୋର୍ଟ ଜାମିନ ଦେଇଛନ୍ତି ।