କନକ ବ୍ୟୁରୋ: ସୋସିଆଲ ମିଡିଆରେ ଜଣେ କରୋନା ଯୋଦ୍ଧାଙ୍କ ଫଟୋ ଘୁରି ବୁଲୁଛି। ଏହି ଫଟୋରେ ଉକ୍ତ କରୋନା ଯୋଦ୍ଧା ଜଣକ ପିପିଇ କିଟ ପିନ୍ଧି ଚଟାଣରେ ଶୋଇ ପଡ଼ିଥିବା ଦେଖିବାକୁ ମିଳୁଛି। ପ୍ରକାଶିତ ରିପୋର୍ଟ ମୁତାବକ, ଫଟୋରେ ଥିବା ସ୍ୱାସ୍ଥ୍ୟକର୍ମୀ ଜଣକ କରୋନା ସଂକ୍ରମଣରେ ସଂକ୍ରମିତ ହୋଇ ପ୍ରାଣହରାଇ ଥିବା ଜଣେ ମହିଳାଙ୍କ ଅନ୍ତିମ ସଂସ୍କାର କରିବାକୁ ଯାଇଥିବା ସମୟରେ ଥକି ପଡ଼ି ଚଟାଣରେ ଶୋଇ ପଡ଼ିଛନ୍ତି।
कोरोना से मृत एक महिला के शव को दफ़नाने से पहले थका हुआ एक स्वास्थ्यकर्मी. ‘करोना वॉरीअर’ के योगदान को ना क़ेवल आज बल्कि पूरे इतिहास में याद रखा जाएगा. 🙏🙏
फ़ोटो दिल्ली की है.फ़ोटो: अदनान अबीदी pic.twitter.com/xcPHejGjSr
— Awanish Sharan (@AwanishSharan) August 8, 2020
ଏହି ଫଟୋକୁ ଫଟୋଗ୍ରାଫର ଅଦନାନ ଅବିଦି ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହାକୁ ଆଇଏଏସ୍ ଅଓ୍ଵନିଶ ଶରଣ ବି ସେୟାର କରିଛନ୍ତି। ସେ ଏହି ଫଟୋକୁ ସେୟାର କରି କ୍ୟାପସନ୍ରେ ଲେଖିଛନ୍ତି, ‘କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ହୋଇଥିବା ଜଣେ ମହିଳାଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ଆଣିଥିବା ସ୍ୱାସ୍ଥ୍ୟକର୍ମୀ ଜଣକ ଥକି ପଡ଼ିଛନ୍ତି। ଆଉ ଟିକିଏ ବିଶ୍ରାମ ପାଇଁ ପିପିଇ କିଟ ପିନ୍ଧିଥିବା ଅବସ୍ଥାରେ ଚଟାଣରେ ଗଡ଼ି ପଡ଼ିଛନ୍ତି। କରୋନା କାଳରେ କରୋନା ଯୋଦ୍ଧାଙ୍କ ଅବଦାନ କେବଳ ଆଜି ନୁହେଁ ଆଗାମୀ ଦିନରେ ଇତିହାସରେ ମନେ ରହିଥିବ। ଏହି ଫଟୋଟି ଦିଲ୍ଲୀର ବୋଲି କୁହାଯାଉଛି।