କରୋନା କାଳରେ ନୂଆ ସଂକଟ…ପୋକ ଶୋଷୁଛି ମଣିଷ ରକ୍ତ ! ଋଷରେ ମଣିଷ ରକ୍ତ ପିଆ ପୋକ ଆତଙ୍କ, ବିଷାକ୍ତ କୀଟ ଆକ୍ରମଣରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେଣି ଶହ ଶହ ଲୋକ
କନକ ବ୍ୟୁରୋ: ଗୋଟିଏ ପଟେ କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ରଚିଥିବା ବେଳେ ଏବେ ପୁଣି ଏକ ବିପଦ ଋଷ ଆଡୁ ମାଡି ଆସୁଛି । ତେବେ ଏହି ବିପଦ କୌଣସି ଭାଇରସ ନୁହେଁ କି ଆତଙ୍କବାଦୀ ନୁହ ବରଂ ଏକ ପ୍ରକାରର ପୋକ । ଚିନ୍ତାର ବିଷୟ ହେଲା, ବୁଢିଆଣୀ ପ୍ରଜାତିର ଏହି ପୋକ କୌଣସି ଖାଦ୍ୟ ଶସ୍ୟ କି କୀଟପତଙ୍ଗ ଖାଇ ବଂଚନ୍ତି ନାହିଁ ବରଂ ମଣିଷ ରକ୍ତ ପିଇ ବଂଚନ୍ତି । ଆଉ ଏହି ବିଷାକ୍ତ ପୋକ କାମୁଡାରେ ଏବେ ଋଷରେ ଶହ ଶହ ଲୋକ ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
କରୋନା ମହାମାରୀ ସହ ଲଢୁଥିବା ଋଷକୁ ବର୍ତ୍ତମାନ ମଣିଷ ରକ୍ତ ପିଆ ବିଷାକ୍ତ ପୋକର ବି ସାମ୍ନା କରିବାକୁ ପଡିଛି । ତେବେ ଏହି ବିଷାକ୍ତ ପୋକ କାମୁଡିଥିବା ଲୋକଙ୍କର ଏବେ ଋଷର ବିଭିନ୍ନ ମେଡିକାଲରେ ଚିକିତ୍ସା ଚାଲିଛି । କିନ୍ତୁ ରୋଗୀ ସଂଖ୍ୟା ବର୍ତ୍ତମାନ ଏତେ ମାତ୍ରାରେ ବୃଦ୍ଧି ପାଇଛି କି ଏବେ ଔଷଧ ଏବଂ ଏହାର ପ୍ରତିଷେଧକରର ଅଭାବୀ ଦେଖାଦେଇଛି । ତେବେ ଋଷର ସରକାରୀ ଆଳକନ ଅନୁସାରେ, ଏହି ବିଷାକ୍ତ ପୋକମାନଙ୍କ ସଂଖ୍ୟା ବର୍ତ୍ତମାନ ସାଧାରଣ ସଂଖ୍ୟାଠାରୁ ପ୍ରାୟ ୪୨୮ ଗୁଣା ବୃଦ୍ଧିପାଇଛି । ଏନେଇ ଋଷର ପ୍ରତିରକ୍ଷା ମନ୍ତ୍ରାଳୟର ମିଡିଆ ଇନଷ୍ଟିଚ୍ୟୁଟ ପକ୍ଷରୁ ସୂଚନା ଦିଆଯାଇଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଋଷର ବିଶେଷ କରି ସାଇବେରିଆ ଅଂଚଳରେ ଏହି ବିଷାକ୍ତ ପୋକମାନଙ୍କର ପାଦୁର୍ଭାବ ଅତି ମାତ୍ରାରେ ଦେଖିବାକୁ ମିଳିଛି । ତେବେ ଏହି ପୋକ ଦେଖିବାକୁ ଅବିକଳ ଛୋଟ ବୁଢିଆଣୀ ଭଳି ମାତ୍ର ଏମାନଙ୍କଠାରେ କିଛି ପରିବର୍ତ୍ତନ ଦେଖାଦେଇଛି ଅର୍ଥାତ୍ ଏମାନେ ଏକ ପ୍ରଜାତିର ବିଷଧର ପୋକ ହୋଇଥିବା ବେଳେ କେବଳ ମଣିଷ ରକ୍ତ ପିଇ ହିଁ ଏମାନେ ବଂଚିଥାନ୍ତି । ବଡ କଥା ହେଉଛି ଏହି ପୋକ କାମୁଡିବା ମାତ୍ରକେ ଲୋକେ ଅସୁସ୍ଥ ହୋଇପଡୁଛନ୍ତି ।
୨୦୧୫ରେ ବି ଏଭଳି ପ୍ରଜାତିର ବିଷାକ୍ତ ପୋକମାନଙ୍କ ଯୋଗୁଁ ଋଷରେ ଏନସେଫାଲାଇଟିସ ବ୍ୟାପିଥିଲା । ଫଳରେ ଏଥିରେ ଶିକାର ହୋଇ ପାଖାପାଖି ଦେଢ ଲକ୍ଷ ଲୋକଙ୍କର ଅକାଳ ମୃତ୍ୟୁ ହୋଇଥିଲା । ଏହି ବିଷାକ୍ତ ପୋକ କାମୁଡାରେ ଋଷରେ ଲାଇମ୍ ଡିଜିଜ୍ ନାମକ ଏକ ରୋଗ ଆତଙ୍କ ରଚିଥିଲା । ସେପଟେ କରୋନା ମହାମାରୀ ପାଇଁ ଋଷରେ ମେଡିକାଲ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଅଣାଯାଇଥିବା ବେଳେ ଏଭଳି ବିଷାକ୍ତ ପୋକମାନଙ୍କ ପାଦୁର୍ଭାବ ବର୍ତ୍ତମାନ ଋଷ ସରକାରଙ୍କ ଚିନ୍ତା ବଢାଇଦେଇଛି । ସେହିଭଳି ଏହି ବିଷାକ୍ତ ପୋକ ଲାଇମ ଡିଜିଜ୍ ଏବଂ ଏନସେଫାଲାଇଟିଜ୍ ଜରିଆରେ ମଣିଷର ମସ୍ତିସ୍କ, ଅସ୍ଥି ଗଣ୍ଠି, ହୃତପିଣ୍ଡ ଏବଂ ସ୍ନାୟୁ ପ୍ରଣାଳୀକୁ ଅଧିକ ମାତ୍ରାରେ କ୍ଷତି ପହଂଚାଇଥାନ୍ତି ।