ରାଷ୍ଟ୍ରପତି ଭବନରେ ଜଣେ କରୋନା ଚିହ୍ନଟ ! ସଫେଇ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ୍ ଚିହ୍ନଟ ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର

ରାଷ୍ଟ୍ରପତି ଭବନରେ ରହୁଥିବା ୧୨୫ ପରିବାରର ପ୍ରାୟ ୫ଶହ ଲୋକଙ୍କୁ ପଠାଗଲା ସଂଗରୋଧରେ

324

କନକ ବ୍ୟୁରୋ: ସବୁଆଡ଼େ ଭୟ ଓ କଷ୍ଟର ବାତାବରଣ ଖେଳାଇଥିବା କୋଭିଡ୍ ୧୯ ଏବେ ଦେଶର ଏକ ନମ୍ବର ନାଗରିକଙ୍କ ଘରେ ମଧ୍ୟ ପହଂଚିଯାଇଛି  । ରାଷ୍ଟ୍ରପତି ଭବନରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି  ।

ପଜିଟିଭ୍ ବ୍ୟକ୍ତି ଜଣକ ସଫେଇ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କ ସମ୍ପର୍କୀୟ  । ତାଙ୍କର  ପରିବାରର ଅନ୍ୟ ଜଣେ ମଧ୍ୟରେ ପଜିଟିଭ୍ ଥିବା ଚିହ୍ନିତ ହୋଇଥିବା କୁହାଯାଉଛି  । ଏହି ଖବର ପରେ ସତର୍କତା ଗ୍ରହଣ କରାଯାଇଛି  । ରାଷ୍ଟ୍ରପତି ଭବନରେ ରହୁଥିବା ପ୍ରାୟ ୧୨୫ ପରିବାରର ପ୍ରାୟ ୫ଶହ ଲୋକଙ୍କୁ ସଂଗରୋଧରେ ପଠାଯାଇଛି  ।

Comments are closed.