କନକ ବ୍ୟୁରୋ: ସବୁଆଡ଼େ ଭୟ ଓ କଷ୍ଟର ବାତାବରଣ ଖେଳାଇଥିବା କୋଭିଡ୍ ୧୯ ଏବେ ଦେଶର ଏକ ନମ୍ବର ନାଗରିକଙ୍କ ଘରେ ମଧ୍ୟ ପହଂଚିଯାଇଛି । ରାଷ୍ଟ୍ରପତି ଭବନରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ପଜିଟିଭ୍ ବ୍ୟକ୍ତି ଜଣକ ସଫେଇ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କ ସମ୍ପର୍କୀୟ । ତାଙ୍କର ପରିବାରର ଅନ୍ୟ ଜଣେ ମଧ୍ୟରେ ପଜିଟିଭ୍ ଥିବା ଚିହ୍ନିତ ହୋଇଥିବା କୁହାଯାଉଛି । ଏହି ଖବର ପରେ ସତର୍କତା ଗ୍ରହଣ କରାଯାଇଛି । ରାଷ୍ଟ୍ରପତି ଭବନରେ ରହୁଥିବା ପ୍ରାୟ ୧୨୫ ପରିବାରର ପ୍ରାୟ ୫ଶହ ଲୋକଙ୍କୁ ସଂଗରୋଧରେ ପଠାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/2-6.png)