ସଂକ୍ରମଣ ବଢୁଛି ଚିନ୍ତା ବି ବଢୁଛି: ରାଜଧାନୀରେ କୋଭିଡ୍ ହସପିଟାଲରେ ସବୁ ଆଇସିୟ ଭର୍ତ୍ତି; ଶଯ୍ୟା ବଢାଇବାକୁ ସ୍ୱାସ୍ଥ୍ୟ ବିଭାଗର ନିଷ୍ପତ୍ତି

298

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ କୋଭିଡ ହଟପିଟାଲରେ ପ୍ରାୟ ୧୫୦ କରୋନା ରୋଗୀ ଆଇସିୟରୁ ଭର୍ତ୍ତି ହୋଇଛନ୍ତି । ତେଣୁ ତାଙ୍କୁ କୌଣସି କରୋନା ରୋଗୀ ଗୁରୁତର ହୋଇପଡିଲେ ତାଙ୍କ ପାଇଁ ଆଇସିୟୁ ଶଯ୍ୟା ମିଳିବା କଷ୍ଟ ହୋଇପଡିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ମିଳିଥିବା ତଥ୍ୟ ଅନୁସାରେ, ଭୁବନେଶ୍ୱରରେ ଥିବା ଦୁଇଟି କୋଭିଡ ହସପିଟାଲ ସମସ୍ତ ଆଇସିୟୁ ଶଯ୍ୟା ଭର୍ତି ହୋଇଯାଇଛି । ରାଜ୍ୟରେ ଗତ କିଛି ଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ଗୁରୁତରଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁସାରେ, ସମ କୋଭିଡ ହସପିଟାଲରେ ୨୫ ଆଇସିୟୁ ଓ କିମସରେ ୪୫ ଆଇସିୟୁ ରହିଛି । ଏହି ଆଇସିୟୁରେ ଶହେ ପ୍ରତିଶତ ରୋଗୀ ଅଛନ୍ତି । ରାଜ୍ୟରେ ଏବେ ୩୫ଟି କୋଭିଡ ହସପିଟାଲ ଥିବାବେଳେ ୫ ହଜାର ୫ ଶହ ୭୭ ଶଯ୍ୟା ରହିଛି । ଏଥିରେ ସମୁଦାୟ ୩୧୨ଟି ଆଇସିୟୁ ଶଯ୍ୟା ରହିଛି । କୋଭିଡ ସଂଖ୍ୟାରେ ବୃଦ୍ଧିକୁ ଦୃଷ୍ଟିରେ ରଖି ଶଯ୍ୟା ବଢାଇବାକୁ ନିଷ୍ପତି ହୋଇଛି ।

ରାଜ୍ୟ‌ରେ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ପ୍ରାୟ ୧୫୦ କରୋନା ‌ରୋଗୀ ଆଇସିୟୁ‌ରେ ଭର୍ତି ହୋଇଛନ୍ତି। ତେଣୁ ଏବେ ଅନ୍ୟ କୌଣସି କରୋନା ରୋଗୀ ଗୁରୁତର ହୋଇ ପଡ଼ିଲେ, ତାଙ୍କ ପାଇଁ ଆଇସିୟୁ ଶଯ୍ୟା ମିଳିବା ନେଇ ଅନିଶ୍ଚିତତା ସୃଷ୍ଟି ‌‌ହୋଇଛି। ତେବେ କେତେ ଜଣ କରୋନା ରୋଗୀ ଭେଣ୍ଟିଲେଟରରେ ଅଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ। ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଥିବା ବେଳେ ଗୁରୁତର ରୋଗୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ପରିସ୍ଥିତି ଏପରି ହୋଇଛି ଯେ ରାଜଧାନୀରେ ଥିବା ୨ଟି କୋଭିଡ୍‌ ହସ୍ପିଟାଲରେ ସମସ୍ତ ଆଇସିୟୁ ଶଯ୍ୟା ଭର୍ତି ହୋଇଯାଇଛି। ସେହିପରି କଟକରେ ଥିବା କୋଭିଡ୍‌ ହସ୍ପିଟାଲର ମଧ୍ୟ ପ୍ରାୟ ଆଇସିୟୁ ଶଯ୍ୟା ଭର୍ତି ହେବା ଉପରେ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। କଟକ ଜିଲ୍ଲା‌ରେ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଥିବାରୁ ଅନେକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡ଼ୁଛି।

ରାଜ୍ୟରେ ଏବେ ୩୫ଟି କୋଭିଡ୍‌ ହସ୍ପିଟାଲ ଥିବା ବେଳେ ୫୫୭୭ ଶଯ୍ୟା ରହିଛି। ଏଥିରେ ସମୁଦାୟ ୩୧୨ଟି ଆଇସିୟୁ ଶଯ୍ୟା ରହିଛି। ରୋଗୀଙ୍କ ସଂଖ୍ୟାରେ ହେଉଥିବା ବୃଦ୍ଧିକୁ ନଜରରେ ରଖି ଅଧିକ ୧୪୪୧ ଶଯ୍ୟା ବଢ଼ାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି।