ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫୨୯କୁ ବୃଦ୍ଧି: ୨୪୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା; ସେପଟେ ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ପାର୍; ମୃୃତ୍ୟୁ ସଂଖ୍ୟା ୧ଲକ୍ଷ ଛୁଇଁଲା

359

କନକ ବ୍ୟୁରୋ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୭ ହଜାର ୫୨୯ରେ ପହଁଚିଛି । ମୃତକଙ୍କ ସଂଖ୍ୟା ୨୪୨ ଛୁଇଁଛି । ଏବଂ ୬୫୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଏବେ ୬ହଜାର ୬୩୪ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧୫୭୪ ଜଣ ଆକ୍ରାନ୍ତ ରହିଥିବାବେଳେ ୧୧୦ ଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁରେ ୯୧୧ ଜଣ ଆକ୍ରାନ୍ତ ହୋଇଥିବାବେଳେ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଶହ ୩ରେ ପହଁଚିଛି । ରାଜସ୍ଥାନ ଓ ତେଲେଙ୍ଗାନାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ଟପିଯାଇଛି । ମଧ୍ୟପ୍ରଦେଶରେ ୪୪୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩୩ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଦେଶର ସବୁଠୁ ବଡ ରାଜ୍ୟ ଉତରପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩ ରହିଛି ଓ ମାତ୍ର ୪ଜଣଙ୍କର ମୃତ୍ୟୁ ହୋଇଛି ।

କେଉଁ ରାଜ୍ୟରେ କେତେ ଆକ୍ରାନ୍ତ

• ଦେଶରେ ମହାରାଷ୍ଟ୍ରରେ ସର୍ବାଧିକ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

• ମହାରାଷ୍ଟ୍ରରେ ୧ ହଜାର ୫୭୪ ଜଣ ଆକ୍ରାନ୍ତ , ୧୧୦ ଜଣଙ୍କର ମୃତ୍ୟୁ

• ମହାରାଷ୍ଟ୍ର ପରେ ତାମିଲନାଡୁରେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

• ତାମିଲନାଡୁରେ ଆକ୍ରାନ୍ତ ସଂଖ୍ୟା ୯୧୧ , ୮ ମୃତ

• ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦୩, ୧୪ ଜଣଙ୍କ ମୃତ୍ୟୁ

• ରାଜସ୍ଥାନରେ ୫୫୩ ଆକ୍ରାନ୍ତ, ୩ ଜଣଙ୍କ ମୃତ୍ୟୁ

• ତେଲେଙ୍ଗାନାରେ ୫୦୪ ଜଣ ଆକ୍ରାନ୍ତ ଓ ୯ ଜଣଙ୍କ ମୃତ୍ୟୁ

• ମଧ୍ୟପ୍ରଦେଶରେ ୪୪୩ ଜଣ ଆକ୍ରାନ୍ତ , ୩୩ ମୃତ

• ଉତରପ୍ରଦେଶରେ ୪୩୩ ଆକ୍ରାନ୍ତ , ୪ ଜଣଙ୍କ ମୃତ୍ୟୁ

ଅନ୍ୟପଟେ, ବିଶ୍ୱର ୨୧୩ ଦେଶରେ କାୟା ବିସ୍ତାର କରିଥିବା କରୋନା ଭାଇରସ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ଲକ୍ଷକୁ ଟପି ଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ ବିଶ୍ୱରେ ମୋଟ ୧୬ ଲକ୍ଷ ୧୪ ହଜାର ୯୫୧ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ୯୯ ହଜାର ୮୮୭ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ଆମେରିକାରେ ୪ଲକ୍ଷ ୬୧ ହଜାର ୨ ୭୫ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ୧୬ ହଜାର ୫୯୬ ଲୋକଙ୍କର ମୃତ୍ୟୁ ହୋଇଛି । ସ୍ପେନରେ ୧ଲକ୍ଷ ୫୭ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି । ଇଟାଲୀରେ ୧ଲକ୍ଷ ୪୭ ହଜାର ଆକ୍ରାନ୍ତ ହୋଇଛନ୍ତି ।