କରୋନା ପାଇଁ ଚଳିତ ବର୍ଷ ସିଲାବସରୁ କମିବ ପାଠ୍ୟକ୍ରମ: ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିଥିବା କହିଲେ ଗଣଶିକ୍ଷାମନ୍ତ୍ରୀ; ଶିକ୍ଷାନୁଷ୍ଠାନ ଖୋଲିବା ପରେ ତାରି ଆଧାରରେ ନିଆଯିବ ନିଷ୍ପତି

467

କନକ ବ୍ୟୁରୋ: ଚଳିତ ବର୍ଷ କୋରନା କାରଣରୁ ହ୍ରାସ ହେବ ପିଲାଙ୍କ ବାର୍ଷିକ ପାଠ୍ୟକ୍ରମ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କେବେ ସ୍କୁଲ ଖୋଲିବ ତାହା ସ୍ଥିର ହୋଇପାରୁନାହିଁ । ପାଠ୍ୟକ୍ରମରେ କେତେ ହ୍ରାସ ହେବ ପ୍ରଥମରୁ ଦଶମ ଏସସିଇଆରଟି ବିଶେଷଜ୍ଞ ଏନେଇ ନିଷ୍ପତି ନେବେ ।

ଶିକ୍ଷାନୁଷ୍ଠାନ ଖୋଲିବା ପରେ କେତେ ଦିନ ଆଉ ଶିକ୍ଷା ବର୍ଷ ବାକି ରହିଛି ସେ ନେଇ ବିଶେଷଜ୍ଞ କମିଟି ନିଷ୍ପତି ନେବେ । କେତେ ପ୍ରତିଶତ ପାଠ୍ୟକ୍ରମ ହ୍ରାସ ହେବ ସେ ନେଇ ଯଥେଷ୍ଟ ଆଗୁଆ ଜଣାଇ ଦିଆଯିବ ବୋଲି କୁହାଯାଇଛି । ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଏନେଇ ସୂଚନା ଦେଇଛନ୍ତି ।