ରାଜଧାନୀରେ ବିରିୟାନି ଆତଙ୍କ! ଜଣେ ଡେଲିଭରି ବୟ କରୋନା ଆକ୍ରାନ୍ତ ହେବା ଖବର ଆସିବା ପରେ ଲୋକେ ଛାନିଆ

Advertisment
ରାଜଧାନୀରେ ବିରିୟାନି ଆତଙ୍କ! ଜଣେ ଡେଲିଭରି ବୟ କରୋନା ଆକ୍ରାନ୍ତ ହେବା ଖବର ଆସିବା ପରେ ଲୋକେ ଛାନିଆ

କନକ ବ୍ୟୁରୋ: ରାଜଧାନୀରେ ଜଣେ ବିରିୟାନି ଡେଲିଭରି ବୟ କରୋନା ସଂକ୍ରମିତ ହେବା ଖବର ଆସିବା ପରେ ଆତଙ୍କ ଖେଳିଯାଇଛି। ଗତ କିଛି ଦିନ ମଧ୍ୟରେ (ତାଲାବନ୍ଦ କାଳରେ) ହେଟେଲରୁ ବିରିୟାନି ମଗାଇ ଖାଇଥିବା ଲୋକମାନେ ଏବେ ପ୍ରମାଦ ଗଣୁଛନ୍ତି। ମୁଁ ଖାଇଥିବା ବିରିୟାନି, ସେଇ ବିରିୟାନି ଡେଲିଭରି ବୟ ଆଣିଥିଲା କି? ମଗେଇଥିବା ବିରିୟାନି ସେଇ ବିରିୟାନି ଷ୍ଟୋର୍ରୁ ଆସିଥିଲା କି? ସେ ବିରିୟାନି ଦେବା ବେଳେ ପଲିଥିନ୍ରେ ଭୂତାଣୁ ଆସି ସଂକ୍ରମିତ ହୋଇ ନାହିଁ ତ? ଏବେ ଅନେକଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରିଛି। ସମ୍ପୃକ୍ତ ବିରିୟାନି ଦୋକାନ ଓ ବ୍ୟକ୍ତିଜଣକ କାହାକୁ ନେଇ ବିରିୟାନି ଦେଇଛନ୍ତି, ସେନେଇ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ସିନା ହୋଇଯାଇଛି, ମାତ୍ର ବିରିୟାନି ଖାଇଥିବା ଲୋକଙ୍କ ମଧ୍ୟରେ ଭୟ ଖେଳି ଯାଇଛି।

ବ୍ୟକ୍ତିଜଣକ ସୂର୍ଯ୍ୟନଗରରେ ବିରିୟାନି ଦେଉଥିବା ସୂଚନା ଦେଇଛନ୍ତି। ମାତ୍ର ଏହା ବାଦ୍ ସେ ଆଉ କେଉଁଠାକୁ ଯାଇଛନ୍ତି ଏବଂ କାହାକୁ ବିରିୟାନି ଦେଇଛନ୍ତି, ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। ଖାଦ୍ୟ ଦେଣନେଣ ବେଳେ ବହୁ ବ୍ୟକ୍ତିଙ୍କ ସଂସ୍ପର୍ଶରେ କିଛି ସମୟ ପାଇଁ ହେଉ ପଛେ, ଆସିଥିବେ। ତେଣୁ ସେ ଯେ ସୁପର ସ୍ପ୍ରେଡର୍ ନହେବେ, ତାହା ବି କହି ହେବ ନାହିଁ। ଜଣେ ଡେଲିଭରି ବୟ କରୋନା ଆକ୍ରାନ୍ତ ହେବା ପରେ ଅନଲାଇନ୍ରେ ଖାଦ୍ୟ ଯୋଗାଉଥିବା ପ୍ରମୁଖ ସଂସ୍ଥାଗୁଡ଼ିକରେ କାମ କରୁଥିବା ଡେଲିଭରି ବୟଙ୍କ ଉପରେ ମଧ୍ୟ ଲୋକଙ୍କ ସନ୍ଦେହ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଏପରିକି ଏହି ଅନଲାଇନ୍ ଖାଦ୍ୟ ବ୍ୟବସାୟ ପ୍ରଭାବିତ ହେବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଲାଣି। ତେବେ ପ୍ରମୁଖ ସଂସ୍ଥାଗୁଡ଼ିକ ସରକାରଙ୍କ ଆବଶ୍ୟକ ଗାଇଡ୍ଲାଇନ୍ ମାନୁଥିବା ବେଳେ ଆଉ କିଛି ଗାଇଡ୍ଲାଇନ୍ ମାନୁ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe