ଉତରପ୍ରଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ : ୪ ଗିରଫ

25

କନକ ବ୍ୟୁରୋ : ଆସନ୍ତକାଲି ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଆତଙ୍କବାଦୀଙ୍କ ପକ୍ଷରୁ ବିସ୍ଫୋରଣ କରିବାର ଗୁଇନ୍ଦା ସୁଚନା ମିଳିଛି । ଆଉ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଛି । ଆତଙ୍କବାଦ ନିରୋଧ ସ୍କ୍ୱାର୍ଡ ତରଫରୁ ଉତରପ୍ରଦେଶ ଓ ମଧ୍ୟପ୍ରଦେଶରେ ଚଢାଉ ଜାରି ରହିଛି । ଆଜି ଉତରପ୍ରଦେଶରୁ ୪ ଜଣ ସନ୍ଦିଗ୍ଧଙ୍କୁ ଏଟିଏସ ଗିରଫ କରିଛି ।

ଭୋପାଳ-ଉଜ୍ଜୈନ ଟ୍ରେନରେ ଆଜି ସକାଳେ ବିସ୍ଫୋରଣ ହୋଇଥିଲା । କାଲାପିପଲ ଷ୍ଟେସନ ନିକଟରେ ଏହି ବିସ୍ଫୋରଣରେ ୮ଜଣ ଯାତ୍ରୀ ଗୁରୁତର ଆହତ ହେବା ସହ ୧୨ରୁ ଉର୍ଦ୍ଧ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ । ବଗି ମଧ୍ୟରେ ଥିବା ସୁଟକେଶରୁ ବିସ୍ଫୋରଣ ହୋଇଥିବା ସୂଚନା ଦେଇଥିଲେ ଶାଜାପୁର ଏସପି ଜ୍ୟୋତି ଠାକୁର । ସେପଟେ ଏଟିଏସର ଅପରେସନ ଜାରି ରହିଥିବା ବେଳେ ଅନ୍ତିମ ଅପରେସନ ପାଇଁ ଜାତୀୟ ସୁରକ୍ଷା ଦଳ – ଏନଏସଜି ପ୍ରସ୍ତୁତ ଦେଉଥିବା ଜଣାପଡିଛି ।

ଅନ୍ୟପଟେ ଭାରତ- ନେପାଲ ସୀମାରେ ହାଇଆଲର୍ଟ ଜାରି ହୋଇଛି । ଆସନ୍ତାକାଲି ଉତରପ୍ରଦେଶ ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ୪୦ଟି ଆସନ ପାଇଁ ଭୋଟ ଗ୍ରହଣ ହେବ । ଏହି ସମୟରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ରାଜ୍ୟ ଓ ପଡୋଶୀ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।