କନକ ବ୍ୟୁରୋ : ଛତିଶଗଡ଼ରେ ମାଓବାଦୀଙ୍କ ବିରୋଧରେ ଅପରେସନ୍ ଜୋରଦାର କରିଛନ୍ତି ଯବାନ । ଛତିଶଗଡ଼ର ଅତି ମାଓପ୍ରବଣ ଅଂଚଳ କୁହାଯାଉଥିବା ବିଜାପୁର ଜିଲ୍ଲାର ଡୁମରି ପାଲନାଠାରେ ୩୦ ଫୁଟ୍ ଉଚ୍ଚ ମାଓ ସମ୍ଭକୁ ଭାଙ୍ଗି ଦେଇଛନ୍ତି ଯବାନ । ବିଜାପୁର ଓ ଦାନ୍ତେୱାଡା ଜିଲ୍ଲାର ଡିଆରଜି ଓ ମହିଳା କମାଣ୍ଡୋଙ୍କ ଟିମ୍ ମାଓଗଡ଼ରେ ପଶି ଏଭଳି କାଣ୍ଡ ଭିଆଇଛନ୍ତି । ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ବିଷ୍ଣୁଦେଓ ସାଏଙ୍କ ନିର୍ଦ୍ଦେଶକ୍ରମେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ସୂଚନା ମିଳିଛି । ସେପଟେ ମାଲକାନଗିରି ସୀମାରେ ପୁଲିସ-ମାଓବାଦୀ ଗୁଳିବିନିମୟ । ସୁକମା ଜିଲ୍ଲା ଗୋଗୁଣ୍ଡା ଜଙ୍ଗଲରେ ଗୁଳିବିନିମୟ ହୋଇଥିବା ନେଇ ସୂଚନା ମିଳିଛି । ଏଥିରେ ୩ରୁ ୪ ଜଣ ମାଓବାଦୀ ନିହତ ହୋଇଥିବା ଆଶଙ୍କା କରାଯାଉଛି । ମାଓ ଶିବିରକୁ ଘେରିବା ପାଇଁ ଡିଆରଜି ଓ ସିଆରପିଏଫ୍ ଯବାନ ଗତ କିଛି ଦିନ ହେବ ଅପରେସନ୍ ଚଳାଇଛନ୍ତି । ଅପରେସନର ନେତୃତ୍ୱ ନେଉଛନ୍ତି ସୁକମା ଏସପି ଓ ସିଆରପିଏଫ୍ ଡିଆଇଜି ।

Advertisment