ହିଂସାରେ କଣ ମିଳେ ଓ କଣ ନ ମିଳେ ତାହା ତ ପରର କଥା କିନ୍ତୁ ହିଂସାର କୌଣସି ଦିଗ ସହ ସାମାନ୍ୟ ଜଡିତ ନ ଥିବା ମଣିଷଟି ଆରପାରିକୁ ଚାଲିଯାଏ ଓ ତା ସହ ଉଜୁଡି ଯାଏ ହସିଲା ଖେଳିଲା ପରିବାର। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀ ହିଂସାକାଣ୍ଡରେ । ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିବା ଓ ସଂଶୋଧିତ ନାଗରିକତା ଆଇନର ଧାର ଧାରୁନଥିବା ସ୍ୱାମୀଙ୍କୁ ଜେଲ ଓ ଡାକ୍ତରଖାନାରେ ଖୋଜିବା ପରେ ୭ ମାସର ଗର୍ଭବତୀ ସ୍ତ୍ରୀକୁ ମିଳିଛି ସ୍ୱାମୀର ମୃତ ଦେହ, ତାହା ପୁଣି ଶବଗୃହରେ। ଦିଲ୍ଲୀର ବ୍ରିଜପୁରୀର ଏକ ଅଣଓସାରିଆ ଗଳିରେ ରହନ୍ତି ୭ ମାସର ଗର୍ଭବତୀ ସୁନିତା। ୧୦ ବର୍ଷରୁ କମ ତିନୋଟି ପିଲା ଓ ସ୍ୱାମୀଙ୍କୁ ନେଇ ପରିବାର। ହେଲେ ଦିଲ୍ଲୀ ହିଂସାର ଶିକାର ହୋଇ ମୃତ୍ୟୁବରଣ କରିଥିବା ୪୨ ଜଣଙ୍କ ତାଲିକାରେ ଏବେ ଗୋଟିଏ ନାମ ସୁନିତାଙ୍କ ସ୍ୱାମୀ ପ୍ରେମ ସିଂହଙ୍କର।
ବୃତ୍ତିରେ ଅଟୋ ଚଳାଉଥିବା ୨୭ ବର୍ଷୀୟ ପ୍ରେମ ସିଂହ ଫେବୃଆରୀ ୨୫ ସକାଳ ୮ ଟାରେ ଘରୁ ବାହାରି ନିକଟସ୍ଥ ବଜାରକୁ ପିଲାଙ୍କ ପାଇଁ କ୍ଷୀର ଓ ଖାଦ୍ୟ ଆଣିବାକୁ ଯାଇଥିଲେ। କିନ୍ତୁ ଘରକୁ ଫେରିନଥିଲେ । ଫେବୃଆରୀ ୨୯ ରେ ସ୍ୱାମୀଙ୍କ ଫଟୋ ଧରି ପୁଲିସ ଷ୍ଟେସନରେ ପହଁଚିଥିଲେ ସୁନିତାଙ୍କ ଭଉଣୀ ସରିତା। ପୁଲିସ ଅଟକ ରଖିଥିବା ଲୋକଙ୍କ ଭିତରେ ପ୍ରେମ ସିଂହକୁ ଖୋଜୁଥିଲେ କିନ୍ତୁ ଜିଟିବି ହସ୍ପିଟାଲର ଶବ ଗୃହରେ ପ୍ରେମ ସିଂହଙ୍କ ଶବ ରଖାଯାଇଥିବାର ସୂଚନା ଆସିଥିଲା । ସବୁଦିନ ପାଇଁ ଶୋଇଯାଇଥିବା ପ୍ରେମ ସିଂହଙ୍କ ପରିବାର ଲୋକଙ୍କୁ କେବଳ ମୁହଁ ଦେଖିବାକୁ ଦିଆଗଲା। କ୍ଷୀର ଆଣିବାକୁ ଯାଇଥିବା ମଣିଷଟିର ପରିବାର ଏବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଅପେକ୍ଷାରେ। ହେଲେ କିଏ ଦେବ ଉତ୍ତର, ହିଂସା ତ ଥମିଗଲା କିନ୍ତୁ ଉଜୁଡା ପରିବାରକୁ କଣ ସଜାଡି ପାରିଲା ହିଂସା !
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/03/thequint_2020-03_df87e3a8-8ac8-41af-a015-be7f60ded28e_Untitled_design__57_.jpg)
/kanak/media/post_attachments/wp-content/uploads/2020/03/jpg-300x225.jpg)
/kanak/media/post_attachments/wp-content/uploads/2020/03/01_03_2020-delhi-violence-new_20074681_0238568-300x249.jpg)