କୁକୁରକୁ ଗାର୍ଡ ଅଫ ଅନର : ୪ ବର୍ଷ ଧରି ମାଲକାନଗିରି ପୁଲିସରେ ନିରନ୍ତର ସେବା କରୁଥିଲା ସନ୍ଧାନୀ କୁକୁର । ଓଡିଶା ପୁଲିସ ଦେଲା ଶେଷ ସମ୍ମାନ

155

କନକ ବ୍ୟୁରୋ : କୁକୁରକୁ ଗାର୍ଡ ଅଫ୍ ଅନର । ବିଦାୟ ଜଣାଇଲା ମାଲକାନଗିରି ପୋଲିସ । ୪ ବର୍ଷ ଧରି ନିରନ୍ତର ସେବା ସେବା ଯୋଗାଇ ଆସୁଥିବା ଲାବ୍ରାଡର ବ୍ରିଡର ସନ୍ଧାନୀ କୁକୁର ବଡ୍ଡି । ବିଶେଷ କର ଗତ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି , ଯୋଗା ଆଦିତ୍ୟନାଥ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟସ୍ଥଳକୁ ସୁରକ୍ଷା ଯୋଗାଇଥିଲା ବଡ୍ଡି । ଲାଲଗଡରେ ବୋମା କିମ୍ୱା କୌଣସି ସନ୍ଦିଗ୍ଧ ବସ୍ତୁ ଠାବ କରିବାରେ ବେଶ୍ ଦକ୍ଷ ଥିଲା ଏହି କୁକୁର ।

ଏବେ ଆଖି ବୁଜିଛି ଏହି ସନ୍ଧାନୀ କୁକୁର । ଏହାର ପରଲୋକ ପରେ ମାଲକାନଗିରି ପୋଲିସ ସମ୍ମାନର ସହ ଏହାର ଅନ୍ତିମ ସକ୍ରାର କରିଛି । ଗାର୍ଡ ଅଫ୍ ଅନର ଦେଇ ତାକୁ ଶେଷ ବିଦାୟ ଜଣାଇଛି ମାଲକାନଗିରି ପୋଲିସ ।