ଇଭିଏମରେ ସିଲ ହେଭିୱେଟଙ୍କ ଭାଗ୍ୟ: ରାହୁଲ ଗାନ୍ଧି, ସ୍ମୃତି ଇରାନୀ, ରାଜନାଥ ସିଂଙ୍କ ସମେତ ହାଇପ୍ରୋଫାଇଲଙ୍କ ଅଗ୍ନିପରୀକ୍ଷା

53

କନକ ବ୍ୟୁରୋ: ଦେଶରେ ପଂଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ୬ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଂଚଳର ୪୯ ଆସନ ପାଇଁ ଭୋଟ ପଡିଛି । ଓଡ଼ିଶାର ୫ ଟି ଲୋକସଭା ସହ ୩୫ ବିଧାନସଭା ଆସନରେ ମତ ସାବ୍ୟସ୍ତ କରିଛନ୍ତି ଭୋଟର । ଏଥର ନିର୍ବାଚନରେ ସମସ୍ତଙ୍କ ନଜରରେ ରହିଛି ଉତରପ୍ରଦେଶର ୩ ପ୍ରମୁଖ ଆସନ ରାଏବବରେଲି, ଆମେଥି, ଲକ୍ଷେ୍ମø । ପ୍ରଥମ ଥର ପାଇଁ ନିର୍ବାଚନ ଲଢିଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୂସ ଗୋଏଲ ।

ପଂଚମ ପର୍ଯ୍ୟାୟର ନିର୍ବାଚନରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଉତରପ୍ରଦେଶ ରାଏବରେଲିରୁ ରାହୁଲ ଗାନ୍ଧୀ ଓ ଆମେଥିରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।
ରାହୁଲ ଗାନ୍ଧୀ(ରାଏବରେଲି)
ମା’ ସୋନିଆଙ୍କ ଆସନରୁ ଏଥର ପ୍ରାର୍ଥୀ ହୋଇଛନ୍ତି ରାହୁଲ ଗାନ୍ଧୀ
ତିିନି ଥର ବିଧାୟକ ଦିନେଶ ପ୍ରତାପ ସିଂଙ୍କୁ ପ୍ରାର୍ଥୀ କରିଛି ବିଜେପି
୨୦୦୪ରୁ କଂଗ୍ରେସ କବଜାରେ ଅଛି ଏହି ଆସନ

ସ୍ମୃତି ଇରାନି(ଆମେଥି)
କଂଗ୍ରେସର ଗଡ଼ ଥିବା ଏହି ଆସନରେ ୨୦୧୯ରେ ରାହୁଲଙ୍କୁ ହରାଇଥିଲେ ସ୍ମୃତି
ଏଥର ପୁଣି ବିଜେପି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନିଙ୍କୁ ଏଠାରୁ ପ୍ରାର୍ଥୀ କରିଛି
ଗାନ୍ଧୀ ପରିବାର ଘନିଷ୍ଠ କିଶୋର ଲାଲ ଶର୍ମାଙ୍କୁ କଂଗ୍ରେସ ପ୍ରାର୍ଥୀ ଦେଇଛି

ସେହିଭଳି ହେଭିୱେଟ୍ ପ୍ରାର୍ଥୀ ଉତରପ୍ରଦେଶ ଲକ୍ଷେ୍ମøରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତୃତୀୟ ଥର ପାଇଁ ଓ କେନ୍ଦ୍ରମନ୍ତ୍ରୀ ପିୟୁସ୍ ଗୋଏଲ ପ୍ରଥମ ଥର ପାଇଁ ଉତର ମୁମ୍ବାଇରୁଲୋକସଭା ନିର୍ବାଚନ ଲଢୁଛନ୍ତି ।

ରାଜନାଥ ସିଂ(ଲକ୍ଷେ୍ମø)
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଟକ୍କର ଦେଉଛନ୍ତି ସମାଜବାଦୀ ପାର୍ଟିର ରବିଦାସ ମେହ୍ରୋତା
୨୦୧୪ରେ ୨ ଲକ୍ଷ ୭୨ ହଜାର, ୨୦୧୯ରେ ୬ ଲକ୍ଷ ୩୦ ହଜାର ଭୋଟରେ ଜିତିଥିଲେ ରାଜନାଥ

ପୀୟୂସ ଗୋଏଲ( ଉତ୍ତର ମୁମ୍ବାଇ)
ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୂସ ଗୋଏଲ
ଏଠାରୁ ଭୁଷଣ ପାଟିଲଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ
୨୦୧୯ରେ ଏଠାରୁ ବିଜେପିର ଗୋପାଳ ସେଠୀ ୪ ଲକ୍ଷ ୬୫ ହଜାର ଭୋଟରେ ଜିତିଥିଲେ

ଏହି ୪ ଆସନକୁ ଛାଡିଲେ ଜାମ୍ମୁ କାଶ୍ମୀର ବାରମ୍ମୁଳାରେ ଏନସି ନେତା ଓମର ଅବଦୁଲ୍ଲା, ବିହାରର ହାଜିପୁରରୁ ଏଲଜେପି ମୁଖ୍ୟ ଚିରାଗ ପାଶୱାନ, ମଧ୍ୟପ୍ରଦେଶର କେଶରୀଗଞ୍ଜରୁ ପୂର୍ବତନ କୁସ୍ତି ସଂଘର ସଭାପତି ବ୍ରିଜଭୂଷଣ ସିଂଙ୍କ ପୁଅ କରଣ ଭୂଷଣ ସିଂଙ୍କ ଭଳି ଭଳି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।