ଜୁଆର ଉଠିବ, ସମୁଦ୍ର ମାଡି ଆସିବ । ଲ୍ୟାଣ୍ଡଫଲ ପରେ ୪ ମିଟର ଉଚ୍ଚରେ ଉଠିବ ଜୁଆର । ସ୍ଥାନେ ସ୍ଥାନେ ୯ କି.ମି ଯାଏଁ ମାଡି ଆସିବ ସମୁଦ୍ର ।

326

କନକ ବୁରୋ: ବାତ୍ୟା ୟାସ ପ୍ରଭାବ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ଭୟଙ୍କର ହେବ ବାତ୍ୟା ୟାସର ପ୍ରଭାବ । ଭଦ୍ରକର ମୋହନପୁରରେ ୯ କି.ମି ଯାଏଁ ସ୍ଥଳଭାଗକୁ ମାଡିଆସିବ ସମୁଦ୍ର । ଏହି ସ୍ଥାନରେ ୪ ମିଟର ଉଚ୍ଚ ଯାଏଁ ଉଠିବ ସମୁଦ୍ର ଜୁଆର ।

ତେବେ ଖାଲି ଭଦ୍ରକ ନୁହେଁ ବାଲେଶ୍ୱର କୁମ୍ଭୀଗରି ନିକଟରେ ବି ଉଠିବ ସମୁଦ୍ର ଜୁଆର । ୫ ମିଟର ଯାଏଁ ଏଠାରେ ଜୁଆର ଉଠିବ । ପାଖାପାଖି ୪ କିମି ଯାଏଁ ସମୁଦ୍ର ସ୍ଥଳଭାଗକୁ ମାଡି ଆସିବ ।

କେନ୍ଦ୍ରାପଡା ଟିକାୟତନଗରରେ ବି ୨ ମିଟର ଉଚ୍ଚ ଯାଏଁ ଉଠିପାରେ ଜୁଆର । ପ୍ରାୟ ୬ କିଲୋମିଟର ସ୍ଥଳଭାଗ ଭିତରକୁ ମାଡିଆସିବ ଲୁଣାପାଣି । ତେବେ ବାତ୍ୟା ୟାସ ଲ୍ୟାଣ୍ଡଫଲ ପରେ ଏମିତି ସ୍ଥିତି ରହିବା ନେଇ ସୂଚନା ମିଳିଛି ।