ବେଳାଭୂମିରେ କୂଳ ଲଂଘୁଛି ସମୁଦ୍ର : ଭାଙ୍ଗିବାକୁ ବସିଲାଣି ଭ୍ୟୁ ଟାୱାର

ଶହେ ମିଟର ପାଖାପାଖି ଖାଇଗଲାଣି ବେଳାଭୂମି; ସେପଟେ କୃଷ୍ଣପ୍ରସାଦ ଅରଖକୁଦା ଗାଁ ଭିତରେ ଲହଡ଼ି ମାରୁଛି ଜୁଆର

181

କନକ ବ୍ୟୁରୋ : କୂଳ ଲଙ୍ଘୁଛି ସମୁଦ୍ର । ଧିରେଧିରେ ଗାଁ ଭିତରକୁ ମାଡି ଆସିଲାଣି ସମୁଦ୍ର ପାଣି । ଜଗତସିଂହପୁର ଜିଲ୍ଲା ପଦ୍ମପୁର ପଂଚାୟତ ଶିଆଳି ବେଳାଭୂମି ଅଂଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଗତ ୩ ଦିନ ହେଲା ୧୦୦ ମିଟରରୁ ଅଧିକ ବେଲାଭୂମି ଖାଇ ଗଲାଣି । ଏପରିକି ଭାଙ୍ଗିବାକୁ ବସିଛି ସିଆଳି ଭ୍ୟୁ ଟାୱାର । କେଉଁ ମୁହୂର୍ତରେ ଭ୍ୟୁ ଟାୱାର ଟଳି ପଡିବା ଆଶଙ୍କା ଉପୁଜିଛି । ଏରସମାର ଗଡହରିଶପୁର, ଗଡବିଶୁଣୁପୁର, ପଦ୍ମପୁର, ଆମ୍ବିକି ପଂଚାୟତର ପ୍ରାୟ ୩୦ ରାଜସ୍ୱ ଗାଁର ଲୋକେ ଏବେ ଭୟଭୀତ ହୋଇ ରହିଛନ୍ତି । ଏପରିକି ଭୟଭିତ ହୋଇ ଲୋକେ ଘରେ ଶୋଇପାରୁନଥିବା କହିଛନ୍ତି । ସରକାର ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ୩୦ଟି ଗାଁର ଲୋକ ।

ସେପଟେ ଗାଁ ଭିତରେ ପଶିଲା ସମୁଦ୍ର ଜୁଆର । ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ଗାଁ ଭିତରେ ପଶିଛି ଜୁଆର ପାଣି । ଚିଲିକା ମୁହାଣ ଦେଇ ଗାଁ ଭିତରେ ପଶିବା ପରେ ଗାଁ ଦାଣ୍ଡରେ ଲହଡ଼ି ମାରୁଛି ସମୁଦ୍ର ପାଣି । ଲୋକଙ୍କ ଘର ଭିତରେ ପାଣି ପସି ଯିବାରୁ ହନ୍ତସନ୍ତ ହେଉଛନ୍ତି ଗାଁ ଲୋକେ । ଉପକୂଳ ସୁରକ୍ଷା ପ୍ରାଚୀର ହୋଇନଥିବାରୁ ଜୁଆର ଆସି ଗାଁ ଭିତରେ ପଶିଛି । ଚିଲିକାରେ ୬ଟି ପ୍ରାକୃତିକ ମୁହାଣ ଖୋଲି ସାରିଛି । ଏବେ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି ।