୬୦ ଫୁଟ ତଳେ କୁନିପୁଅ । ଉଦ୍ଧାର କରିବାକୁ ନାକେଦମ୍ ହେଲେଣି ଉଦ୍ଧାରକାରୀ ଦଳ ।

228

କନକ ବ୍ୟୁରୋ: ମଧ୍ୟପ୍ରଦେଶର ରେଓ୍ଵାରେ ୬୦ ଫୁଟ ଗଭୀର ବୋରୱେଲ ଭିତରକୁ ଖସି ପଡ଼ିଛି ୬ ବର୍ଷର ପୁଅ ମୟଙ୍କ । ତାକୁ ବଞ୍ଚାଇବା ପାଇଁ ୧୮ ଘଣ୍ଟା ଧରି ଚାଲିଛି ଉଦ୍ଧାରକାର୍ଯ୍ୟ । ବର୍ତ୍ତମାନ ସୁଦ୍ଧା ଏହି ବୋରୱେଲ ନିକଟରେ ଏକ ସୁଡ଼ଙ୍ଗ ଭଳି ଗା କରାଯାଉଛି । ଏସଡିଆରଏଫ ଓ ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

ମୟଙ୍କକୁ ଉଦ୍ଧାର କରିବାକୁ ୮ରୁ ଅଧିକ ଜେସିବି ମେସିନ୍ ଲାଗିଛି ।ସେହିପରି ସିସିଟିଭି କ୍ୟାମେରା ଜରିଆରେ ମୟଙ୍କ ଉପରେ ନଜର ରଖାଯାଉଥିବା ବେଳେ ବୋୱେଲ ଭିତରକୁ ଅକ୍ସିଜେନ୍ ପଠାଯିବାର ବ୍ୟବସ୍ଥା କରାଯାଇଛି । ଘଟଣାସ୍ଥଳରେ ରେଓ୍ଵା ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଏସଡିଆରଏଫ୍ ଓ ଏନ୍ ଡିଆରଏଫ୍ ଟିମ୍ ସହାୟତାରେ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । କୁନିପୁଅ ମୟଙ୍କ ୧୮ ଘଣ୍ଟା ଧରି ବୋରୱେଲରେ ଫସି ରହିଛି।