କନକ ବ୍ୟୁରୋ: ବଲାଙ୍ଗିର କଂଣ୍ଟାବାଂଝିର ଏସଡିପିଓ ହୃଷିକେଶ ମେହେରଙ୍କୁ ସସପେଣ୍ଡ କରାଯାଇଛି । ତୁରନ୍ତ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହୋଇଛି । ଗତମାସରେ କଂଟାବାଂଝିରେ ଏକ ହୋଟେଲରେ ଚଢାଉ କରି ପୁଲିସ ବିପୁଳ ପରିମାଣର ଟଙ୍କା ଜବତ କରିଥିଲା । ଦାଦନ ଶ୍ରମିକ ଚାଲଣ ସନ୍ଦେହରେ କଂଟାବାଞ୍ଜି ସହରର ବିଭିନ୍ନ ଲଜରେ ଗତମାସରେ ଚଢ଼ାଉ କରିଥିଲା ପୋଲିସ । ସହରର ଏକ ଲଜରୁ ପାଖାପାଖି ୬୦ ଲକ୍ଷ ଟଙ୍କା ଜବତ ହୋଇଥିଲା । ଦାଦନ ଶ୍ରମିକ ନେବା ପାଇଁ ଆସିଥିବା ଇଟାଭାଟି ମାଲିକଙ୍କୁ ଲୋକଙ୍କୁ ଜୁଆଡି ଦର୍ଶାଇ ପୁଲିସ ଛାଡିଦେଇଥିବା ଅଭିଯୋଗ ହୋଇଥିଲା ।
ଏପରିକି ଲଜରୁ ଜବତ ହୋଇଥିବା ଟଙ୍କାରେ ଅନିୟମିତତା ହୋଇଥିବା କଥା ସାମ୍ନାକୁ ଆସିଥିଲା । ଖୋଦ ବଲାଙ୍ଗିର ଏସପି ଏହା ସ୍ପଷ୍ଟ କରିଥିଲେ । ପ୍ରେସମିଟରେ ଜବତ ହୋଇଥିବା ଟଙ୍କା ସହ ପୋଲିସ ଦେଖାଇଥିବା ଟଙ୍କା କମ୍ ଥିବା ସ୍ୱଷ୍ଟ କରିଥିଲେ ଏସପି । ଲଜ୍ରେ ଚଢାଉ କରି କୋଟିଏରୁ ଅଧିକ ଟଙ୍କା ଜବତ କରିଥିବା ଚର୍ଚ୍ଚା ହୋଇଥିଲା । ପୋଲିସ୍ ମାତ୍ର ସାମ୍ବାଦିକ ସମ୍ମିଳନୀରେ ଜବତ ଟଙ୍କାର ପରିମାଣ କମ୍ କରି ଦର୍ଶାଇଥିବା ଅଭିଯୋଗ ହୋଇଥିଲା । କଂଟାବାଞ୍ଜି ପୋଲିସ ପକ୍ଷରୁ ସିଜ କରାଯାଇଥିବା ଟଙ୍କା ଓ ଏସଡିପିଓ କହିଥିବା ଟଙ୍କାର ପରିମାଣ ଭିତରେ ଯଥେଷ୍ଟ ଟଙ୍କାର ଟଙ୍କାର ତଫାତ ରହିଥିବା ଅଭିଯୋଗ ହୋଇଥିଲା । ଏହାପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/suspended-750x430.jpg)