କନକ ବ୍ୟୁରୋ: ଜୟପାଟଣାରେ ଚାଞ୍ଚଲ୍ୟ । ସନ୍ଦେହଜନକ ଭାବେ କ୍ୱାଟର ଭିତରୁ ମିଳିଲା ଜଳ ସମ୍ପଦ ବିଭାଗର ଏସଡିଓଙ୍କ ମୃତଦେହ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ମୁଖିଗୁଡା ଠାରେ ସରକାରୀ କ୍ୱାଟରରୁ ଏସଡିଓଙ୍କ ମୃତ ଦେହ ଜବତ ହୋଇଛି । ମୃତ ଏସ୍ଡିଓ ଜଣଙ୍କ ହେଲେ ରଂଜିତ କୁମାର କର୍ଜି । ସେ ରାୟଗଡା ଜିଲ୍ଲା ପାରଳାଖେମୁଣ୍ଡିର ବାସିନ୍ଦା ବୋଲି ଜଣାପଡିଛି । ତେବେ ତାଙ୍କ ମୃତ୍ୟୁର କାରଣ ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରି ନାହିଁ । ଘଟଣାସ୍ଥଳରେ ଜୟପାଟଣ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । କାହିଁକି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ଏହାର ତଦନ୍ତ ଜାରି ରଖିଛି ପୋଲିସ ।