ଏସଡିଏମ୍ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ । ଅନ୍ୟ ଝିଅଙ୍କ ସହ ସ୍ୱାମୀଙ୍କ ସମ୍ପର୍କ ଥିବା ଜାଣି ବ୍ୟାଙ୍କ ଓ ଚାକିରୀରେ ରଖିନଥିଲେ ନୋମିନି । ସାମ୍ନାକୁ ଆସିଲା ହତ୍ୟାର କାରଣ ।

1,078

କନକ ବ୍ୟୁରୋ: ବ୍ୟାଙ୍କରେ ଥିବା ଜମା ରାଶିରେ ନୋମିନି ନକରିବାରୁ ଜଣେ ମହିଳା ଉପଖଣ୍ଡ ମାଜିଷ୍ଟ୍ରେଟ୍‌ (ଏସଡିଏମ୍‌)ଙ୍କୁ ତାଙ୍କର ସ୍ୱାମୀ କରିଥିବ ଜଣାପଡିଛି । ସାମାଜିକ ଗଣମାଧ୍ୟମରେ ମନୀଷ ଶର୍ମା(୪୫)ଙ୍କ ସହ ମଧ୍ୟପ୍ରଦେଶ ଦିଣ୍ଡୋରି ଜିଲ୍ଲାର ସାହାପୁରାର ଉପଖଣ୍ଡ ମାଜିଷ୍ଟ୍ରେଟ୍‌ ନିଶା ଶର୍ମାଙ୍କର ପରିଚୟ ହୋଇଥିଲା। କ୍ରମେ ଉଭୟଙ୍କ ମଧ୍ୟ‌ରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଓ ‌ଶେଷରେ ୨୦୨୦ରେ ସେମାନେ ବିବାହ ବନ୍ଧନ‌ରେ ବାନ୍ଧି ହୋଇଥିଲେ। ତେବେ ନିଜର ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗରେ ମନୀଷଙ୍କୁ ପୁଲିସ ଗିରଫ କରିଛି।

ବ୍ୟାଙ୍କ ଜମା, ସ୍ଥାୟୀ ଜମା, ଜୀବନ ବୀମା ଆଦିରେ ତାଙ୍କୁ ଭାଗିଦାର କରିବାକୁ ନେଇ ନିଶାଙ୍କ ଉପରେ ମନୀଷ ଚାପ ପକାଉଥିଲେ। ରବିବାର ସେ ନିଶାଙ୍କୁ ଏକ ତକିଆରେ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା। ରକ୍ତ ଲଗା ପୋଷାକ ଓ ତକିଆ ଆଦି ୱାସିଂ ମେସିନ୍‌ରେ ଧୋଇଦେଇଥିଲା। ଏହାପରେ ମୃତ ଶରୀର ନିକଟରେ ପ୍ରାୟ ୬ ଘଣ୍ଟା ବସି ରହିଥିଲା। ଏହାପରେ ସେ ନିକଟରେ ଥିବା ଏକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ ସେ କହିଥିଲା ତାଙ୍କ ପତ୍ନୀଙ୍କ ନାକ ଓ ପାଟିରୁ ରକ୍ତ ବାହାରୁଛି। କିନ୍ତୁ ସେହି ସମୟରେ ତାଙ୍କର ମୃତ୍ୟୁହୋଇ ଯାଇଥିବା ଡାକ୍ତର ଜାଣିବାକୁ ପାଇଥିଲେ। ପଚରାଉଚରା ସମୟରେ ମନୀଷ କହିଥିଲା ନିଶାଙ୍କର ଦେହ ଭଲ ନଥିଲା। ଚିକିତ୍ସାବେଳେ ଏକ ଡାକ୍ତରଖାନାରେ ମୃତ୍ୟୁ ହୋଇଛି। କିନ୍ତୁ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର କହିଥିଲେ ମୃତ୍ୟୁ୪/୫ ଘଣ୍ଟା ପୂର୍ବରୁ ହୋଇଛି। ଏହା ଏକ ହାଇ ପ୍ରୋଫାଇଲ ମର୍ଡର ହୋଇଥିବାରୁ ପୁଲିସ ଏହାର ତଦନ୍ତ କରିବାକୁ ପୋଲିସ ଏକ ଟିମ୍‌ ଗଠନ କରିଛି।