ଏସଡିଜି ରିପୋର୍ଟ : ଓଡ଼ିଶାର ୧୯ତମ ସ୍ଥାନକୁ ନେଇ ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ କଟାକ୍ଷ; ସେପଟେ ନୀତି ଆୟୋଗର ତଥ୍ୟ ଗହଣ ପ୍ରକିୟାକୁ ନେଇ ପଶ୍ନ ଉଠାଇଲା ବିଜେଡି

166

କନକ ବ୍ୟୁରୋ : ଏସଡିଜି ରିପୋର୍ଟରେ ଓଡ଼ିଶାର ୧୯ତମ ସ୍ଥାନକୁ ନେଇ ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ କଟାକ୍ଷ । ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ ୫ଟି ପ୍ରଶ୍ନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । କହିଲେ ୨୧ ବର୍ଷ ଶାସନ ପରେ ଓଡ଼ିଶାର ୩୩ ପ୍ରତିଶତ ଲୋକ କାହିଁକି ଅଛନ୍ତି ଦାରିଦ୍ର୍ୟ ସୀମାରେଖା ତଳେ । ୨୮ଟି ରାଜ୍ୟ ତାଲିକାରେ ତଳୁ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ କାହିଁକି ପାଇବ । ସାଢ଼େ ୪କୋଟି ଓଡ଼ିଶାବାସୀଙ୍କ ଉପରେ ଏହା କୁଠାରଘାତ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ଏହା ସହ ସେ କହିଛନ୍ତି କି ସହରାଂଚଳର କିଛି ଭାଗରେ ସୌନ୍ଦର୍ଯ୍ୟକଣ କରି ରାଜ୍ୟର ବିକାଶ କରାଯାଉଛି ।

ସେପଟେ ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ପାଲଟା ଜବାବ ଦେଇଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ଟାର୍ଗେଟ କଲେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ନୀତି ଆୟୋଗ ତଥ୍ୟ ଗ୍ରହଣର ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ସାଂସଦ ଅମର ପଟ୍ଟନାୟକ । ଏସଡିଜି ଏକ ରାଜନୈତିକ ରିପୋର୍ଟ ନୁହେଁ । ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ ବୋଲି କହିଥିଲେ ଅମର ପଟ୍ଟନାୟକ ।