ନବ ନିର୍ମାଣ କୃଷକ ସଙ୍ଗଠନର ଅନ୍ଦୋଳନ : କଟନୀ ଛଟନୀକୁ ବିରୋଧ କରି ନବୀନ ନିବାସ ଆଗରେ ଧାନ ଢ଼ାଳିବାକୁ ଉଦ୍ୟମ

Advertisment
ନବ ନିର୍ମାଣ କୃଷକ ସଙ୍ଗଠନର ଅନ୍ଦୋଳନ : କଟନୀ ଛଟନୀକୁ ବିରୋଧ କରି ନବୀନ ନିବାସ ଆଗରେ ଧାନ ଢ଼ାଳିବାକୁ ଉଦ୍ୟମ

କନକ ବ୍ୟୁରୋ : ରାଜଧାନୀରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ । ମଣ୍ଡିରେ କଟନୀ ଛଟନୀକୁ ବିରୋଧ କରି ନବୀନ ନିବାସ ଆଗରେ କୃଷକଙ୍କ ଆନ୍ଦୋଳନ । ନବୀନ ନିବାସ ଆଗରେ ଧାନ ଢାଳିବାକୁ ଉଦ୍ୟମ କରିଛି ନବ ନିର୍ମାଣ କୃଷକ ସଙ୍ଗଠନ ।

କଡା ସୁରକ୍ଷା ବ୍ୟବସ୍ଥା ଭେଦ କରି ନବୀନ ନିବାସ ଆଗକୁ ଯିବା ସହ ଗାଡିରେ ଆଣିଥିବା ଧାନ ଢାଳିବାକୁ ଆନ୍ଦୋଳନ କରିବାକୁ ଉଦମ କରିଥିଲେ । ଏହି ସମୟରେ ଆନ୍ଦୋଳନକାରୀଙ୍କୁ ଅଟକାଇଥିଲା ପୋଲିସ । ପୋଲିସ ସହ କୃଷକଙ୍କ ଠେଲାପେଲା ହୋଇଥିଲା । ପରେ ନବନିର୍ମାଣ କୃଷକ ସଙ୍ଗଠନର କର୍ମୀଙ୍କୁ ପୋଲିସ ଉଠାଇ ନେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe