କନକ ବ୍ୟୁରୋ : ରାଜଧାନୀରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ । ମଣ୍ଡିରେ କଟନୀ ଛଟନୀକୁ ବିରୋଧ କରି ନବୀନ ନିବାସ ଆଗରେ କୃଷକଙ୍କ ଆନ୍ଦୋଳନ । ନବୀନ ନିବାସ ଆଗରେ ଧାନ ଢାଳିବାକୁ ଉଦ୍ୟମ କରିଛି ନବ ନିର୍ମାଣ କୃଷକ ସଙ୍ଗଠନ ।
କଡା ସୁରକ୍ଷା ବ୍ୟବସ୍ଥା ଭେଦ କରି ନବୀନ ନିବାସ ଆଗକୁ ଯିବା ସହ ଗାଡିରେ ଆଣିଥିବା ଧାନ ଢାଳିବାକୁ ଆନ୍ଦୋଳନ କରିବାକୁ ଉଦମ କରିଥିଲେ । ଏହି ସମୟରେ ଆନ୍ଦୋଳନକାରୀଙ୍କୁ ଅଟକାଇଥିଲା ପୋଲିସ । ପୋଲିସ ସହ କୃଷକଙ୍କ ଠେଲାପେଲା ହୋଇଥିଲା । ପରେ ନବନିର୍ମାଣ କୃଷକ ସଙ୍ଗଠନର କର୍ମୀଙ୍କୁ ପୋଲିସ ଉଠାଇ ନେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/vlcsnap-2023-01-09-11h02m53s155.jpg)