କନକ ବ୍ୟୁରୋ: ଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଗୋଷ୍ଠୀ କନ୍ଦଳ । ମୁହାଁମୁହିଁ ହୋଇଛନ୍ତି ଏବିଭିପି ଏବଂ ବାମପନ୍ଥୀ ସମର୍ଥିତ ଛାତ୍ର ଗୋଷ୍ଠୀ । ଉଭୟ ପକ୍ଷ ଭିତରେ ମାରପିଟ୍ ହୋଇଛି । ଜଣେ ଛାତ୍ର ଅନ୍ୟ ଜଣଙ୍କୁ ବାଡି ଧରି ବାଡେଇବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟ ଜଣେ ସାଇକେଲ ଉଠାଇ ଆକ୍ରମଣ କରିବାକୁ ଉଦ୍ୟମ କରୁଛନ୍ତି । ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଏହି ଆକ୍ରମଣରେ ଅନେକ ଛାତ୍ର ଆହତ ହୋଇଛନ୍ତି ।
ସ୍କୁଲ ଅଫ୍ ଲାଙ୍ଗୁଏଜର ନିର୍ବାଚନ ସମିତି ଚୟନକୁ ନେଇ ବିବାଦ ଉପୁଜିଥିବା ଜଣାପଡିଛି । ଏହାପୂର୍ବରୁ ଫେବୃଆରୀ ୧୦ରେ ବିବାଦ ଉପୁଜିଥିଲା । ଏବେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କୁଳପତି । ସେହିପରି ଦିଲ୍ଲୀ ପୋଲିସ କହିଛି ଉଭୟ ପକ୍ଷ ଅଭିଯୋଗ କରିଛନ୍ତି । ଘଟଣାରେ ତିନି ଜଣ ଆହତ ହୋଇଥିବା ବେଳେ ଅଧିକ ଅନୁସନ୍ଧାନ ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/03/18.jpg)