୫୫ ଫୁଟ ଗଭୀର ସମୁଦ୍ର ତଳେ ଥିବା ଉଡାଜାହାଜ ଭିତରକୁ ସ୍କୁବା ଡାଇଭିଂ । କମାଲ କଲେ ଦୁବାଇ ନିବାସୀ ଓଡିଆ ବାପା-ଝିଅ ।

172

କନକ ବ୍ୟୁରୋ: ୫୫ ଫୁଟ ଗଭୀର ସମୁଦ୍ର ତଳେ ଥିବା ଉଡାଜାହାଜ ଭିତରକୁ ସ୍କୁବା ଡାଇଭିଂ । ଦୁବାଇ ନିବାସୀ ଓଡିଆ ବାପା-ଝିଅ ସ୍କୁବା ଡାଇଭିଂ ଯୋଡି ପୁଣି ଥରେ ସମୁଦ୍ର ବୁଡିବା କ୍ଷେତ୍ରରେ ଅନନ୍ୟ ପାରଦର୍ଶିତା ଅର୍ଜନ କରିଛନ୍ତି । ପ୍ରିୟଦର୍ଶୀ ପାଣିଗ୍ରାହୀ ଓ ତାଙ୍କ ୧୩ ବର୍ଷର ଝିଅ ତିସ୍ୟା ପାଣିଗ୍ରାହୀ ସ୍କୁବା ଡାଇଭିଂ କରି ଜୋର୍ଡାନର ଅକାବା ନିକଟ ଲୋହିତ ସାଗରରେ ବୁଡି ରହିଥିବା ହରକୁଲସ-ସି -୧୩୦ ଏୟାରକ୍ରାଫ୍ଟ ଭିତରେ ପ୍ରବେଶ କରିବା ସହ ବିଚରଣ କରିଥିଲେ । ଲକହିଡ କମ୍ପାନୀ ଦ୍ୱାରା ନିର୍ମିତ ହରକୁଲସ ସି-୧୩୦ ବିମାନକୁ ୨୦୧୭ରେ କୃତ୍ରିମ ପ୍ରବାଳ ପ୍ରାଚୀର ସୃଷ୍ଟି କରିବା ଉଦ୍ଦେଶ୍ୟରେ ସମୁଦ୍ର ଗର୍ଭରେ ବୁଡାଇ ଦିଆଯାଇଥିଲା । ଆକାବା ଉପକୂଳରୁ ୩୦୦ମିଟର ଦୂରରେ ୫୫ ଫୁଟ ଗଭୀରରେ ବିମାନକୁ ବୁଡାଇ ଦିଆଯାଇଥିଲା । ବୁଡିବାର ୭ ବର୍ଷ ଭିତରେ ଏବେ ଗୋଟିଏ ପ୍ରବାଳ ପ୍ରାଚୀରର ରୂପ ନେଇସାରିଛି । ଯାହାକି ସାମୁଦ୍ରିକ ମାଛ ଓ ପ୍ରବାଳମାନଙ୍କ ପାଇଁ ସୁନ୍ଦରର ବାସସ୍ଥଳୀ ପାଲଟିଛି ।