କନକ ବ୍ୟୁରୋ: ପାରାଦୀପ ବନ୍ଦର ପିଆଇସିଟି ବର୍ଥରୁ ଜବତ ହୋଇଥିବା କୋକେନ୍ ମାମଲାରେ ନୂଆ ମୋଡ । ପିଆଇସିଟି ବର୍ଥରେ ସ୍କୁବା ଡାଇଭର ପହଂଚି ଗଭୀର ସମୁଦ୍ରରେ କୋକେନ ଖୋଜିଛନ୍ତି । ସୀମା ଶୁଳ୍କ ବିଭାଗର ଚଢାଉ ବେଳେ ଜାହାଜର କ୍ରିଉ ମେମ୍ବରମାନେ କିଛି କୋକେନ୍ ପ୍ୟାକେଟ୍ ସମୁଦ୍ରକୁ ଫୋପାଡି ଦେଇଥିବା ଅନୁମାନ କରାଯାଉଛି । ୨୩ ପ୍ୟାକେଟ୍ କୋକେନ୍ରୁ ୨୨ ପ୍ୟାକେଟ୍ ମିଳିଥିବା ବେଳେ ଗୋଟିଏ ପ୍ୟାକେଟ୍ ଜାହାଜ ତଳେ ଥିବା ପାଣି ଟ୍ୟାଙ୍କରରେ ଥାଇପାରେ ବୋଲି ତଦନ୍ତକାରୀ ଟିମ୍ ସନ୍ଦେହ କରୁଛନ୍ତି ।

Advertisment

ତେବେ ପାଣିରୁ କ’ଣ ମିଳିଲା ତାହା ସ୍ପଷ୍ଟ ହୋଇପାରିନାହିଁ । ସେପଟେ ମାମଲାର ପ୍ରମାଣ ଯୋଗାଡ କରିବା ଓ ତଦନ୍ତକୁ ଆହୁରି ଜୋରଦାର କରିବା ପାଇଁ ଆଜି ଫରେନ୍ସିକ୍ ଟିମ୍ ଜାହାଜକୁ ଆସି ତଦନ୍ତ କରିବେ ବୋଲି ଜଣାପଡ଼ିଛି । ଗତ ୧ ତାରିଖ ଦିନ ଜାହାଜର କ୍ରେନ୍ ଚ୍ୟାମ୍ପରରୁ ମିଳିଥିଲା କୋକେନ୍ । ଏହି କୋକେନକୁ ନେଇ ୧୦ ଦିନ ହେବ କଷ୍ଟମ ବିଭାଗ, ଦିଲ୍ଲୀର ଏନ୍ସିବି ଓ ବିଭିନ୍ନ ତଦନ୍ତକାରୀ ସଂସ୍ଥା ତଦନ୍ତ ଚଳାଇଥିବା ବେଳେ ସାମ୍ପଲ ଟେଷ୍ଟ ପାଇଁ କୁଜଙ୍ଗ କୋର୍ଟର ଅନୁମତି ମିଳିସାରିଛି ।