ଆଜି ସଂଧ୍ୟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ : ସଂଧ୍ୟା ୭ଟା ୪୫ରେ ବସିବାକୁ ଥିବା ବୈଠକରେ ସାମିଲ ହେବେ ଆଡଭୋକେଟ ଜେନେରାଲ; ଶ୍ରୀ ମନ୍ଦିର ପ୍ରଶାସକ ଓ ଆଇନ ବିଭାଗର ପ୍ରମୁଖ ସଚିବ, ରଥଯାତ୍ରା ପ୍ରସଙ୍ଗରେ ହୋଇପାରେ ଆଲୋଚନା

326

କନକ ବ୍ୟୁରୋ : ଆଜି ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟର ଜରୁରୀ ବୈଠକ । ସଂଧ୍ୟା ୭ଟା ୪୫ରେ ଜରୁରୀ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ସାମିଲ ହେବେ ଆଡଭୋକେଟ ଜେନେରାଲ, ଶ୍ରୀ ମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଓ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ।ସେହିପରି ଆଇନ ବିଭାଗର ପ୍ରମୁଖ ସଚିବ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହେବେ । ଏହି ବୈଠକରେ ମହାପ୍ରଭୁଙ୍କ ରଥଯାତ୍ରା ପ୍ରସଙ୍ଗରେ ଆଲୋଚନା ହୋଇପାରେ ।

ଆଜି ସୁପ୍ରିମକୋର୍ଟ ନିଜ ରାୟରେ କହିଥିଲେ କି, କରୋନା ମହାମାରୀ ସମୟରେ ରଥଯାତ୍ରା ଭଳି ଉତ୍ସବକୁ ଅନୁମତି ଦିଆ ଯାଇ ପାରିବ ନାହିଁ। ଏଭଳି ପରିସ୍ଥିତିରେ ଲୋକଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରାଯାଇଛି। ତେଣୁ ଚଳିତ ଥର ଜୁନ୍‌ ୨୩ରେ ହେବାକୁ ଥିବା ରଥଯାତ୍ରାକୁ ଅନୁମତି ଦେଉନାହୁଁ। ଏଭଳି ଅନୁମତି ଦେଲେ ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ । ମନ୍ଦିର ଅଞ୍ଚଳରେ ରଥଯାତ୍ରା ନ କରିବାକୁ ଆମେ ନିର୍ଦ୍ଦେଶ ଦେଉଛୁ।