କନକ ବ୍ୟୁରୋ : ଆଜି ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟର ଜରୁରୀ ବୈଠକ । ସଂଧ୍ୟା ୭ଟା ୪୫ରେ ଜରୁରୀ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ସାମିଲ ହେବେ ଆଡଭୋକେଟ ଜେନେରାଲ, ଶ୍ରୀ ମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଓ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ।ସେହିପରି ଆଇନ ବିଭାଗର ପ୍ରମୁଖ ସଚିବ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହେବେ । ଏହି ବୈଠକରେ ମହାପ୍ରଭୁଙ୍କ ରଥଯାତ୍ରା ପ୍ରସଙ୍ଗରେ ଆଲୋଚନା ହୋଇପାରେ ।/kanak/media/post_attachments/wp-content/uploads/2020/06/18-12-300x169.jpg)
ଆଜି ସୁପ୍ରିମକୋର୍ଟ ନିଜ ରାୟରେ କହିଥିଲେ କି, କରୋନା ମହାମାରୀ ସମୟରେ ରଥଯାତ୍ରା ଭଳି ଉତ୍ସବକୁ ଅନୁମତି ଦିଆ ଯାଇ ପାରିବ ନାହିଁ। ଏଭଳି ପରିସ୍ଥିତିରେ ଲୋକଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରାଯାଇଛି। ତେଣୁ ଚଳିତ ଥର ଜୁନ୍ ୨୩ରେ ହେବାକୁ ଥିବା ରଥଯାତ୍ରାକୁ ଅନୁମତି ଦେଉନାହୁଁ। ଏଭଳି ଅନୁମତି ଦେଲେ ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ । ମନ୍ଦିର ଅଞ୍ଚଳରେ ରଥଯାତ୍ରା ନ କରିବାକୁ ଆମେ ନିର୍ଦ୍ଦେଶ ଦେଉଛୁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/27-8.jpg)