କନକ ବ୍ୟୁରୋ : ଚିନ୍ତା ବଢାଉଛି ସ୍କ୍ରବ୍ – ଟାଇଫସ୍ । ଗୋଟିଏ ଦିନରେ ସୁନ୍ଦରଗଡ ଜିଲ୍ଲାରେ ୧୦ ଜଣ ରୋଗୀ ପଜିଟିଭ ଚିହ୍ନଟ । ସ୍କ୍ରବ ଟାଇଫସରେ ପଜିଟିଭ୍ ଚିହ୍ନଟ ହେବା ପରେ ଏହି ପୋକ ଚିନ୍ତା ବଢାଇବାରେ ଲାଗିଛି । ଏପର୍ଯ୍ୟନ୍ତ ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୧୯୩ ଜଣ ରୋଗୀ ଚିହ୍ନଟ ହୋଇ ବର୍ତମାନ ଚିକିତ୍ସିତ ହେଉଛନ୍ତି । ହେଲେ ଗତ ୧୦ ଦିନ ପୂର୍ବେ ଏହି ପୋକ କାମୁଡା ରେ ସୁନ୍ଦରଗଡ ଅଚଂଳ ରେ ଜଣେ ବୃଦ୍ଧଙ୍କ ଜୀବନ ମଧ୍ୟ ଚାଲିଯାଇଛି । ହେଲେ ଆଜି ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ସୂଚନା ଦେଇଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ସୁନ୍ଦରଗଡ ଜିଲ୍ଲା ରେ ଚିହ୍ନଟ ହୋଇଥିବା ୧୯୩ ଜଣ ଙ୍କ ମଧ୍ୟ ରୁ ରାଉରକେଲା ଅରବାନ ରୁ ୨୦ ଟି ରହିଥିବା ବେଳେ ସୁନ୍ଦରଗଡ ଅରବାନ ରୁ ୧୪ ଟି କେଶ୍ ରହିଛି । ସେହିଭଳି ସୁନ୍ଦରଗଡ ଜିଲ୍ଲା ମଝାପଡା ରୁ ବହୁ ଗୁଡିଏ କେଶ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ମୂଖ୍ୟଚିକିତ୍ସା ଅଧିକାରୀ କହିଛନ୍ତି । ଏହି ରୋଗୀକୁ ଦିଆଯାଉଥିବା ଔଷଧ ପ୍ରଚୁର ପରିମାଣ ରେ ମହଜୁଦ୍ ରହିଛି ଏବଂ ନିଦାନ କେନ୍ଦ୍ର ମଧ୍ୟ ପ୍ରସ୍ତୁତ ହୋଇକି ରହିଛି । ଲୋକେ ଙ୍କୁ ଜର ଆଣିଲେ କ୍ୱାକ୍ ପାଖ କୁ ନଯାଇ କିଛି ମଧ୍ୟ ହେଳା ନକରି ସିଧାସଳଖ ସରକାରୀ ଡାକ୍ତରଖାନା କୁ ଆସିବା ପାଇଁ ଅନୁରୋଧ କରିଛନ୍ତି । ସେହିଭଳି ଜିଲ୍ଲପାଳ ଙ୍କ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ସମସ୍ତ ଏଏନଏମ , ପିଏସଚସି ଓ ସିଏଚସି ଏବଂ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ର ସ୍ଥିତି ଉପର ନଜର ରଖି ତ୍ୱରିତ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।