କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କୁ ସ୍କ୍ରବ୍ ଟାଇଫସ୍ : ନମୁନା ପରୀକ୍ଷା ପଜିଟିଭ ଆସିବା ପରେ ଚାଲିଛି ଚିକିତ୍ସା

2,944

କନକ ବ୍ୟୁରୋ : କୃଷି ସଚିବ ଅରବିନ୍ଦ ପାଢ଼ୀ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ହୋଇଛନ୍ତି । ଦୁଇ ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ସେ ନମୁନା ପରୀକ୍ଷା କରାଇଥିଲେ । ନମୁନା ପରୀକ୍ଷା ପଜିଟିଭ ଆସିଛି । ବର୍ତ୍ତମାନ ସେ ଘରେ ରହି ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ।