କନକ ବ୍ୟୁରୋ : ସୁନ୍ଦରଗଡରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗର ୪ ଜଣିଆ ଟିମ୍ । ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ ଦେଖାଦେଇଛି । ସ୍ଥିତି ବେକାବୁ ହେଉଥିବା ଦେଖି କେନ୍ଦ୍ରୀୟ ଟିମ୍ ପହଞ୍ଚିଛନ୍ତି । ପୂର୍ବରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୬ ଜଣିଆ ଅଧିକାରୀ ଉପସ୍ଥିତ ଅଛନ୍ତି । ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବୈଠକ ଚାଲିଛି । ୨୪ ଘଣ୍ଟା ମଧ୍ୟରେ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Advertisment

ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୨୯୨ରେ । ଚିଗର ପୋକ କାମୁଡିବା ଦ୍ୱାରା ବ୍ୟାପୁଥିବା ଏହି ରୋଗ ଏବେ ଚିନ୍ତାର କାରଣ ପାଲିଟିଛି । ଚିଗର ପ୍ରଥମେ ଏହି ରୋଗ ହେବା ଦ୍ୱାରା ଶରୀରରେ ଘା' ଭଳି ଲକ୍ଷଣ ଦେଖାଯାଏ । ପରେ ଘା' ଚାରିପାଖ ନାଲି ପଡ଼ିଯାଏ । ଧୀରେ ଧୀରେ ମଝି ଅଂଶ କଳା ପଡ଼ିଯାଏ । ରୋଗୀଙ୍କୁ ଜ୍ୱର ହେବା ସହ ଘୋଳାବିନ୍ଧା ହୁଏ । ଏହା ହେଉଛି ସ୍କ୍ରବ ଟାଇଫସର ଲକ୍ଷଣ । ବର୍ଷା ଦିନ ଥିବାରୁ ଲୋକମାନଙ୍କୁ ବୁଦାଳିଆ ଓ ଚାଷ ଜମିକୁ ଯିବା ସମୟରେ ଶରୀରକୁ ପୁରା କପଡ଼ାରେ ଢାଙ୍କି ଯିବା ଲାଗି ସଚେତନ କରାଯାଉଛି ।